ବୌଦ୍ଧରେ ବଡ଼ଧରଣର ଜିଏସ୍‌ଟି ଠକେଇ, ଜବତ ହେଲା ୫ କୋଟିରୁ ଅଧିକ ନଗଦ ଟଙ୍କା

Published By : Prameya-News7 Bureau | August 06, 2022 IST

ବୌଦ୍ଧ ୦୬।୦୮: ବୌଦ୍ଧରେ ବଡ଼ଧରଣର ଜିଏସ୍‌ଟି ଠକେଇ । ଏକାସାଙ୍ଗ ବିଭିନ୍ନ ସ୍ଥାନରେ ୧୨ଟି ଟିମ୍‌ର ଚଢାଉ । ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ସମ୍ବଲପୁର ଜିଏସ୍‌ଟିର ଟିମ୍ ପକ୍ଷରୁ  ଚଢ଼ାଉ ହୋଇଛି ।  ଏହି ଚଢାଉରେ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ସହ ବହୁ କାଗଜପତ୍ର ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଥିଲେ । ଏନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ୧୨ ଜଣିଆ ଟିମ୍ ଗଠନ କରିଥିଲେ ।  ଏକାକାଳୀନ ୨ଟି ସ୍ଥାନରେ ଚଢାଉ କରିଥିଲ ଜିଏସ୍‌ଟି ଟିମ୍‌ ।

ତେବେ ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ, ସଠିକ୍ ପରିମାଣର କର ପୈଠ ନକରି ଫାଙ୍କୁଥିଲେ । ଯାହାକୁ ନେଇ ଶନିବାର ସକାଳୁ ଉଭୟ ସ୍ଥାନରେ ଚଢାଉ ହୋଇଥିଲା । ତେବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର, ଲାପଟପ୍ ସହିତ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା  ଜବତ ହୋଇଛି । ଏହାସହିତ ବ୍ୟାଙ୍କରେ ଡିପୋଜିଟ୍‌ ଥିବା ବ୍ୟାଙ୍କ ଖାତାକୁ ଅଚଳ କରିଦେଇଛନ୍ତି ଜିଏସ୍‌ଟି ଟିମ୍‌ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ପୁରା ସୂଚନା ଦିଆଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.