ଟିକସ ଫାଙ୍କୁଥିବା ଅଭିଯୋଗରେ କିରାନା ଷ୍ଟୋରରେ ଜିଏସଟି ବିଭାଗର ଚଢାଉ, ଚାଲିଛି କାଗଜ ପତ୍ର ଯାଞ୍ଚ

Published By : Prameya-News7 Bureau | August 29, 2022 IST

କଣ୍ଟାବାଞ୍ଜି, ୨୯/୦୮: ବଙ୍ଗୋମୁଣ୍ଡା ଜୟ ବଜରଙ୍ଗବଳି କିରାନା ଷ୍ଟୋରରେ ଜିଏସଟି ବିଭାଗ ଚଢାଉ କରିଛି । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି । ବଲାଙ୍ଗୀର ଜିଏସଟି ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇଥିବା ବେଳେ ଦୋକାନର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି । ଜୟ ବଜରଙ୍ଗବାଲି କିରାନା ଷ୍ଟୋର ବିଭିନ୍ନ ସାମଗ୍ରୀ ହୋଲ ସେଲିଙ୍ଗ୍‌ କରୁଥିବା ବେଳେ ସେ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଆଧାରରେ ଏହି ଚଢାଉ ହୋଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଏସଟି ଡେପୁଟି କମିସନର କିଶୋର ମେହେର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.