ଭାରତ ମୋଟର୍ସରେ ଜିଏସ୍‌ଟି ରେଡ୍, ୨୦୦୮ରୁ ଫାଙ୍କିଥିଲେ ଟ୍ୟାକ୍ସ

Published By : Prameya-News7 Bureau | December 29, 2021 IST

ଭୁବନେଶ୍ୱର ୨୯।୧୨: ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ ଜିଏସ୍‌ଟି ଚଢାଉ । ଜିଏସ୍‌ଟିର ପାଞ୍ଚ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛି । ଭୁବନେଶ୍ୱର ମଞ୍ଚେଶ୍ୱର, ପାହାଳ, କଟକ ରୋଡ଼ରେ ଜାରି ରହିଛି ଚଢ଼ାଉ ।

ଖବର ଅନୁଯାୟୀ, ୨୦୦୮ରୁ ୨୦୧୭ ମଧ୍ୟରେ ଭାରତ ମୋଟର୍ସ ଫାଙ୍କିଥିଲା ଟ୍ୟାକ୍ସ । ଯାହାକୁ ନେଇ ୨୦୧୭ରେ ଭାରତ ମୋଟର୍ସକୁ ୧୧ କୋଟି ୯ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା ଜିଏସ୍‌ଟି । ଦାଖଲ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଥିଲେ । ହେଲେ ଏବେ ସୁଦ୍ଧା ସଂସ୍ଥା ପକ୍ଷରୁ  ଫାଇନ୍‌ ଅର୍ଥ ଦାଖଲ ହୋଇନଥିଲା । ବର୍ତ୍ତମାନ ସୁଦ୍ଧା ମୂଳ ଓ ସୁଧ ମିଶି ୩୮ କୋଟି ହେଲାଣି । ଶେଷରେ ଆଜି ଜିଏସ୍‌ଟିର ୫ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଚଢାଉରେ ୩୦ ଜଣ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି । ଏହାପୂର୍ବରୁ ମଧ୍ୟ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ମଧ୍ୟ ରେଡ଼୍‌ ହୋଇଥିଲା । ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.