ତାଲା ଭାଙ୍ଗି ଦୋକାନରେ ହେଲା GST ଚଢ଼ଉ; ସହଯୋଗ କଲେନି ଦୋକାନି
22/12/2022 at 10:15 PM

ଉଦଳା ୨୨/୧୨: ଜିଏସଟି ବିଭାଗକୁ ଭୁଆଁ ବୁଲାଇଲେ ଦୋକାନି। ଗତକାଲି ବା ବୁଧବାର ଚଢ଼ଉ ସମୟରେ ଜିଏସଟି ବିଭାଗ କର୍ମଚାରୀଙ୍କୁ ଭୁଆଁ ବୁଲାଇ ଦୋକାନି ଦୋକାନରେ ତାଲା ମାରି ଖସି ଯାଇଥିଲେ। ଦୋକାନିଙ୍କୁ ଦୋକାନ ଖୋଲିବାକୁ ଡାକିଥିଲେ ମଧ୍ୟ ସେ ଆସି ନ ଥିଲେ। ଏପରିକି ରାତିସାରା ଜିଏସଟି ବିଭାଗ ଦୋକାନ ବାହାରେ ଜଗିଥିଲେ ମଧ୍ୟ ଦୋକାନୀ ଆସି ନଥିଲେ। ଶେଷରେ ଗୁରୁବାର ଜିଏସଟି କର୍ମଚାରୀ ତାଲା ଭାଙ୍ଗି ଦୋକାନରେ ପଶି ତଦନ୍ତ କରିଥିଲେ।
ଦୋକାନରୁ ନଗଦ ୧୦ ଲକ୍ଷ ୫୮ ହଜାର ଟଙ୍କା ସହ କମ୍ପ୍ୟୁଟର ସିପିୟୁ ଏବଂ ବିଲ ବହି ଜବତ ହୋଇଛି। ଦୋକାନ ଭିତରେ ଏବଂ ବାହାରେ ଥିବା ସମସ୍ତ ସାମଗ୍ରୀର ଯାଞ୍ଚ କରିବା ସହ ଆକଳନ କରାଯାଉଛି। ବଟ ବାବୁ ଟ୍ରେଡ଼ର୍ସରେ ଆଜବେଷ୍ଟସ, ଲୁହା ଜାଲ ସହ ବିଭିନ୍ନ ହାର୍ଡୱେର୍ ସାମଗ୍ରୀ ବିକ୍ରି ହେଉଥିଲା। ଚଢ଼ଉ ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଜିଏସଟି ଠକେଇ ହୋଇଥିବା ବିଭାଗୀୟ କର୍ମଚାରୀମାନେ ଅନୁମାନ କରିଛନ୍ତି। ଚଢ଼ଉ ସରିବା ପରେ କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ଜଣାପଡ଼ି ବୋଲି ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ କହିଛନ୍ତ।