ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
6/07/2022 at 8:20 AM

ରାଉରକେଲା ୦୬/୦୭: ରାଉରକେଲାରେ ବଡ ଧରଣର ଠକେଇ ଅଭିଯୋଗ । ୩୧୧କୋଟିର GST ଠକେଇ ଅଭିଯୋଗ । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ GST ବିଭାଗ । ଜାଲ କାଗଜ ପତ୍ରରେ GST ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ ।
ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ ଏବଂ ଜଣେ ସୁନ୍ଦରଗଡର । ଗତକାଲି ରାତିରେ ବାସନ୍ତୀ କଲୋନୀରେ ହୋଇଥିଲା ଚଢାଉ । ତେବେ ଏହି ଚଢାଉରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।
Related Posts
ବାଇକ ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ
13 August 2022