ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୂର୍ବତନ ଉପ-ନଗରପାଳଙ୍କ ଘରେ ଜିଏସଟି ରେଡ୍, ଆର୍ଥିକ ଅନିୟମିତତା ନେଇ ଚଢ଼ଉ

10/06/2022 at 5:12 PM

କେନ୍ଦୁଝର ୧୦/୦୬: କେନ୍ଦୁଝର ଗଡ ପୌରପାଳିକାର ପୂର୍ବତନ ଉପ-ନଗରପାଳ ତଥା ବ୍ୟବସାୟୀ ସରୋଜ ସାହୁଙ୍କ ଘରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢ଼ାଉ ଚାଲିଥିବା ସୂଚନା । ପୋଲିସର କଡା ସୁରକ୍ଷା ମଧ୍ୟରେ ଚାଲିଛ ଚଢାଉ । ସରୋଜ ଅଫିସ ଓ ଘରେ ଚଢ଼ାଉ ଚାଲିଥିବା ସୂଚନା । ଘର ଓ ଅଫିସ ଗେଟ ପାଖରେ ଜଗି ରହିଛନ୍ତି ପୋଲିସ ।

କେଉଁ କେଉଁ ଦିଗରେ ଚଢ଼ାଉ ଚାଲିଛି ଓ କଣ କଣ ଅନିୟମିତତା ବର୍ତ୍ତମାନ ସୁଦ୍ଧା ଧରାପଡିଛି ତାହା ଜଣା ପଡିନାହିଁ । ସରୋଜ ଜଣେ ସାଧାରଣ ପରିବାରର ଲୋକ । କିଛି ବର୍ଷ ପୂର୍ବେ ସେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ସଂସ୍ପର୍ଶରେ ଆସିଥିଲେ ଓ ଅଳ୍ପ ଦିନ ମଧ୍ୟରେ ସନାଙ୍କର ଅତି ଘନିଷ୍ଠ ସହଯୋଗୀ ବନିଯାଇଛନ୍ତି । ଏହାସହ ଅଳ୍ପ ଦିନ ମଧ୍ୟରେ ସରୋଜ ବିନିଯାଇଛନ୍ତି କୋଟିପତି ।

ଆଜି ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନାରେ ରହିଛି କୋଟି କୋଟି ଟଙ୍କାର ଏକାଧିକ ପ୍ଳଟ ଓ ଗାଡି । ଆହୁରି ମଧ୍ୟ ସେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଥିବା ସହ ଏକ ପ୍ଳାଣ୍ଟ କିଣିବାର ଯୋଜନା ଚାଲିଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ । ଚଡାଉ ପରେ ସବୁ ଘଟଣା ସ୍ପଷ୍ଟ ହେବ ।

   Related Posts