ସୁନା ଦୋକାନରେ GST ଚଢାଉ, ସୁନା-ରୂପା ସହ ନଗଦ ଟଙ୍କା ଜବତ

Published By : Prameya-News7 Bureau | January 30, 2022 IST

ସାଲେପୁର ୩୦।୧: ଜିଏସଟି ବିଭାଗର ଚଢ଼ାଉ । କଟକ ସାଲେପୁର ମୁଖ୍ୟ ବଜାରରେ ଥିବା ବଳରାମ ଜୁଏଲର୍ସ ଓ ତାଙ୍କ ବାସଭବନ ଉପରେ ଜିଏସଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ କରାଯାଇଛି । ଡେପୁଟି କମିଶନର ଜିଏସଟି ଏନଫୋର୍ସମେଣ୍ଟ ଆଶିଷ କୁମାରଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ଲକ୍ଷାଧିକ ନଗଦ ଟଙ୍କା ସହିତ ଦୋକାନରୁ ସୁନା-ରୂପା ମଧ୍ୟ ଜବତ କରାଯାଇଛି । ଦୋକାନର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ ମଧ୍ୟ କରାଯାଇଥିବା ନେଇ ଡେପୁଟି କମିଶନର ଆଶିଷ କୁମାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.