ଗୋପାଳ ଜୀ ଓ ବାଲାଜୀ ଷ୍ଟୋରରେ ରେଡ୍, GST ଠକେଇ ଅଭିଯୋଗ ରେ ଚଢାଉ

Published By : Prameya-News7 Bureau | March 28, 2024 IST

ବୌଦ୍ଧ ୨୮/୦୩: ବୌଦ୍ଧ ସହର ଗାନ୍ଧୀ ଛକ ସ୍ଥିତ ଗୋପାଳ ଜୀ ଷ୍ଟୋର ଏବଂ ବାଲାଜୀ ଷ୍ଟୋରରେ GST ଚଢାଉ । ଗାନ୍ଧିଛକ ସ୍ଥିତ ଗଜାନନ ଅଗ୍ରୱାଲଙ୍କ ଦୋକାନରେ ସମ୍ବଲପୁର CT & GST ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବ୍ୟାପକ GST ଠକେଇ ଅଭିଯୋଗ ରେ ଚଢାଉ ଏହି ଚଢାଉ ହୋଇଥିବା ବେଳେ ଏକକାଳୀନ ୪ ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ଦୁଇଟି ଦୋକାନ, ଗୋଦାମ ଓ ବାସସ୍ଥାନରେ ୧୨ ଜଣିଆ ଟିମ୍ ର ଚଢ଼ାଉ ଜାରି ରଖିଛନ୍ତି । 


ସୂଚନା ଅନୁଯାୟୀ ଗଜାନନ ଅଗ୍ରୱାଲଙ୍କ ଦୁଇଟି ଲୁହା, ସିମେଣ୍ଟ, ରଙ୍ଗ ଦୋକାନରେ ବ୍ୟାପକ GST ଠକେଇ ହୋଇଥିବା ନେଇ ଅଭିଯୋଗ ପାଇଥିଲା ସମ୍ବଲପୁର GST ବିଭାଗ । ଏହି ଅଭିଯୋଗରେ ୧୨ ଜଣିଆ ଟିମ୍ ଅଚାନକ ଭାବେ ଏହି ଦୁଇଟି ଦୋକାନରେ ଚଢାଉ କରିଥିଲେ । 


ଗଜାନନଙ୍କ ଗମ୍ଭାରି ପଦର ସ୍ଥିତ ଗୋଦାମ ଗୃହ ଏବଂ ବାସସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ଚଢାଉ ଆରମ୍ଭ କରାଯାଇଥିବା ବେଳେ କେତେ ଟଙ୍କାର GST ଠକେଇ ହୋଇଛି ସେ ନେଇ କାଗଜ ପତ୍ର ଯାଞ୍ଚ କଲା ପରେ ହିଁ ତଥ୍ୟ ସାମ୍ନାକୁ ଆସିବ ବୋଲି GST ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।





  • GST
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.