ଟିକସ ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଜିଏସଟି ଚଢ଼ଉ

Published By : Prameya-News7 Bureau | October 21, 2022 IST

ଝାରସୁଗୁଡ଼ା ୨୧/୧୦: ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସହରର ଗହଣା ଦୋକାନ ଓଡ଼ିଶୀ ଜୁଏଲାରିରେ ଜିଏସଟି ଚଢ଼ଉ ହୋଇଛି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶରେ ଏକକାଳୀନ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସହରରେ ଥିବା ଓଡିଶୀ ଜୁଏଲାରି ଓ ମାଲିକଙ୍କ ଘରେ ଚଢ଼ଉ ଚାଲିଛି। ଡେପୁଟି ସିଜିଏସଟି କମିଶନରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଝାରସୁଗୁଡ଼ା ଦୋକାନରେ ଓ  ୩ ଜଣିଆ ଟିମ୍‌ ସୁନ୍ଦରଗଡ଼ ଦୋକାନରେ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ ସୁନା ଅଳଙ୍କାରର ମାନ, ଦୋକାନୀ କେତେ ପରିମାଣର ଟିକସ ଫାଙ୍କିଛନ୍ତି ସେନେଇ ଜିଏସଟି ଅଧିକାରୀ ଯାଞ୍ଚ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.