ଟିକସ୍ ଫାଙ୍କିବା ଅଭିଯୋଗ: ବିବାଦୀୟ ସଂସ୍ଥା କ୍ୟାଲ୍ ଏଜେନ୍ସିରେ GST ଚଢ଼ଉ
30/12/2022 at 8:20 PM

କଟକ ୩୦/୧୨: ନିମଚଉଡ଼ିରେ ଥିବା କ୍ୟାଲ ଏଜେନ୍ସି ଉପରେ ଶୁକ୍ରବାର ଜିଏସଟି ଚଢ଼ଉ ହୋଇଛି। ୧୫ ଜଣିଆ ଜିଏସଟି ଟିମ୍ ଶୁକ୍ରବାର ଦିନ ସାରା ଏହି ସଂସ୍ଥା ଉପରେ ଚଢ଼ଉ ଜାରି ରଖିଛି। ଏହା ସହିତ କ୍ୟାଲ ଆସୋସିଏଟ ନାମକ ଆଉ ଏକ ସଂସ୍ଥାରେ ମଧ୍ୟ ଚଢ଼ାଉ ଜାରି ରହିଛି। ସଂସ୍ଥା ନାଁରେ ଟିକସ ଫାଙ୍କିବାର ଅଭିଯୋଗ ରହିଛି। କିନ୍ତୁ ଏହାର ସତ୍ୟାସତ୍ୟ ଏଯାଏଁ ସାମ୍ନାକୁ ଆସିନି।
ଚଢ଼ଉ ପ୍ରକ୍ରିୟା ଜାରି ରହିବ, ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ଅନୁଷ୍ଠାନିକ ଭାବେ ଜିଏସଟି କର୍ତ୍ତୃପକ୍ଷ ସବୁ କିଛି କହିବେ ବୋଲି ଏନ୍ଫୋର୍ସମେଣ୍ଟ ଟିମ୍ର ଅଧିକାରୀ କହିଛନ୍ତି। ଏହି କ୍ୟାଲ ଏଜେନସି ପକ୍ଷରୁ ଜିଏସଟି କର୍ତ୍ତୃପକ୍ଷଙ୍କୁ ସହଯୋଗ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଗଣମାଧ୍ୟମ ସହ କ୍ୟାଲ ଏଜେନସି ଖୁବ ଖରାପ ବ୍ୟବହାର କରିଛି ବୋଲି ଅଭିଯୋଗ ହୋଇଛି। ଏକ ବୈଦୁତିକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଏହି ସଂସ୍ଥା ଅତି ଅମାନବୀୟ ବ୍ୟବହାର ଦେଖାଇଛନ୍ତି। ଚଢ଼ଉ ବିଷୟରେ କିମ୍ବା ଗଣମାଧ୍ୟମକୁ ଖରାପ ବ୍ୟବହାର କାରଣ ନେଇ କ୍ୟାଲ ଏଜେନସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।