ବରପାଲିରେ ଜିଏସ୍ଟି ରେଡ୍, ଟିକସ ଫାଙ୍କିବା ଅଭିଯୋଗରେ ୫ଟି ଦୋକାନରେ ଚଢାଉ
15/12/2022 at 1:08 PM

ବରଗଡ ୧୫/୧୨: ବରଗଡ ଜିଲ୍ଲା ବରପାଲିରେ ଜିଏସ୍ଟି ଟିମ୍ର ଚଢ଼ାଉ । ଏଠାରେ ଥିବା କୃଷ୍ଣଚନ୍ଦ୍ର ମେହେରଙ୍କ ଶ୍ରୀକୃଷ୍ଣ ଶାଢ଼ୀ ସେଣ୍ଟର୍, ଶ୍ରୀକୃଷ୍ଣ ଗାର୍ମେଣ୍ଟସ୍, ଶ୍ରୀକୃଷ୍ଣ ବସ୍ତ୍ରାଳୟ ପରି ପାଞ୍ଚଟି ଦୋକାନରେ ଏକାଥରକେ ଜିଏସ୍ଟି ପକ୍ଷରୁ ଚଢାଉ ଜାରି ରହିଛି ।
ଜିଏସ୍ଟିର ଡେପୁଟି କମିଶନର ରଜନୀ ସେଠ୍ଙ୍କ ନେତୃତ୍ୱରେ ସମ୍ବଲପୁର ଓ ଝାରସୁଗୁଡ଼ା ଓ ବରଗଡ ଜିଲ୍ଲାର ଏକ ୨୪ ଜଣିଆ ଟିମ୍ ଏଥିରେ ସାମିଲ ହୋଇଥିବା ବେଳେ ଯାଞ୍ଚ ସମୟରେ ବହୁ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ତେବେ ପୂର୍ବରୁ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ପାଇ ଏହି ଚଢାଉ କରାଯାଇଥିବା ବେଳେ ଯାଞ୍ଚ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜିଏଷ୍ଟିର ଡେପୁଟି କମିଶନର ରଜନୀ ସେଠ୍ ସୂଚନା ଦେଇଛନ୍ତି ।