scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏବେ ଅନଲାଇନ୍‌ ଗେମିଂ ହୋଇଯିବ ମହଙ୍ଗା, ୧ ଅକ୍ଟୋବରରୁ ଲାଗିବ୨୮% GST

29/09/2023 at 4:14 PM

ନୂଆଦିଲ୍ଲୀ ୨୯।୧: ଭାରତରେ ଏବେ ଅନଲାଇନ ଗେମିଂ ହୋଇଯିବ ମହଙ୍ଗା, କାରଣ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ(ଜିଏସଟି) ୧ ଅକ୍ଟୋବରରୁ ଲାଗିବା ଆରମ୍ଭ ହୋଇଯିବ। ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ (ସିବିଆଇସି) ଚେୟାରମ୍ୟାନ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ ଗେମିଂ କମ୍ପାନୀମାନଙ୍କୁ ଏଥିଲାଗି ପ୍ରୋସେସ ଅନୁସାରେ ଲିଗାଲ ନୋଟିସ୍ ପଠାଇ ଦିଆଯାଇଛି।

ଅଗ୍ରୱାଲ କହିଛନ୍ତି ଯେ ସବୁ ରାଜ୍ୟଙ୍କ ବିଧାନସଭା ଜିଏସଟି ସଂଶୋଧନ ବିଧେୟକ ୨୦୨୩କୁ ନିଜ ରାଜ୍ୟରେ ସେପ୍ଟେମ୍ବର ୩୦ ସୁଧା ଗୃହୀତ କରିବା ଅଥବା ଅଧ୍ୟାଦେଶ ଜାରି କରି ୧ ଅକ୍ଟୋବରରୁ ଲାଗୁ କରିବା ଆବଶ୍ୟକ। ଜିଏସଟି କାଉନସିଲ ଗତ ଜୁଲାଇରେ ଅନଲାଇନ ଗେମିଂ, ହର୍ସ ରେସିଂ ଓ କ୍ୟାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ୨ ଅଗଷ୍ଟରେ ଏଥି ପାଇଁ ଅନୁଷ୍ଠିତ ୫୧ତମ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।

କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ ଆମେ ସବୁ ରାଜ୍ୟଙ୍କ ସହମତିରେ ୧ ଅକ୍ଟୋବରରୁ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ପ୍ରସ୍ତୁତ। ଅନଲାଇନ ଗେମିଂ ଉପରେ ଜିଏସଟି ହାରର ଆଇନ ରାଜ୍ୟମାନଙ୍କୁ ବିଧାନସଭାରେ ଗୃହୀତ କରିବାକୁ ପଡିବ। ଏହି ଘୋଷଣା ଲୋକସଭାରେ ବାଚନିକ ଭୋଟରେ ଗୃହୀତ ଦୁଇ ଜିଏସଟି ଆଇନ ସଂଶୋଧନ ପାଖାପାଖି ୨ ମାସ ପରେ ହୋଇଛି। ଏହି ସଂଶୋଧନ କ୍ୟାସିନୋ, ହର୍ସ ରେସିଂ ଓ ଅନଲାଇନ ଗେମିଂ ପାଇଁ ଯୋଗାଣ ହେଉଥିବା କରାଧନର ସ୍ପଷ୍ଟତା ପ୍ରଦାନ କରିବା ଲାଗି ସିଜିଏସଟି ଅଧିନିୟମ, ୨୦୧୭ର ତୃତୀୟ ଅନୁସୂଚୀରେ ପ୍ରାବଧାନ ସାମିଲ କରିବା ସମ୍ପର୍କିତ।

ଏଠାରେ ବାର୍ଷିକ ଜଣେ ବ୍ୟକ୍ତି ପିଅନ୍ତି ୧୪୦ ଲିଟର ବିୟର୍‌ , ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଭାରତୀୟ ?    

   Related Posts