ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବୀମା କମ୍ପାନୀଙ୍କ କର ଚୋରୀ ଧରିଲେ ଜିଏସଟି ଅଧିକାରୀ,ଧରାପଡିଲା ୮୨୪ କୋଟି ଟଙ୍କାର ଶୁଳ୍କ ଠକେଇ

30/09/2022 at 5:10 PM

ନୂଆଦିଲ୍ଲୀ ୩୦।୯: ଜିଏସଟି ଅଧିକାରୀମାନେ ୧୫ ବୀମା କମ୍ପାନୀ, ମଧ୍ୟସ୍ଥ ଓ ବ୍ୟାଙ୍କମାନଙ୍କର କର ଚୋରୀ ଧରିଛନ୍ତି। ଏହି ସବୁ ସଂସ୍ଥାମାନେ ଜାଲି ବିଲ (ଇନଭଏସ୍)ରେ ୮୨୪ କୋଟି ଟଙ୍କାର ଶୁଳ୍କ ଠକେଇ କରିଛନ୍ତି। ଏ ବାବଦେ ସୂଚନା ମିଳିବା ପରେ ଜିଏସଟି ଅଧିକାରୀମାନେ ମୁମ୍ବାଇ ଜିଏସଟି ଇଣ୍ଟେଲିଜେନ୍ସକୁ ସୂଚିତ କରିଥିଲେ। ସେହି ଅନୁସାରେ ବୀମା କମ୍ପାନୀ, ମଧ୍ୟସ୍ଥ ୟୁନିଟ୍, ମାର୍କେଟିଂ ଓ ବ୍ରାଣ୍ଡିଂ କମ୍ପାନୀ, ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଓ ବିଭିନ୍ନ ବ୍ୟାଙ୍କର ପରିସର ତଲାସୀ ନିଆଯାଇଥିଲା।

ଏହି ଯାଞ୍ଚ କାଳରେ ସଂସ୍ଥାମାନେ ବସ୍ତୁ ଓ ସେବା ନ ଯୋଗାଇ ଇନପୁଟ କର କ୍ରେଡିଟ୍ (ଆଇଟିସି) ଲାଭ ନେଇଥିବାର ଜଣାପଡିଥିଲା। ଅଧିକାରୀଙ୍କ ଅନୁସାରେ ୧୫ ବୀମା କମ୍ପାନୀ, ମଧ୍ୟସ୍ଥ ୟୁନିଟ୍ , ଏନବିଏଫସି ଓ ବ୍ୟାଙ୍କ କଥିତ ରୂପେ ଏହି ଉପାୟରେ କର ଚୋରୀ କରୁଥିବା ଜଣାପଡିଥିଲା। ଏଥିରେ ସେମାନେ ଏପର୍ଯ୍ୟନ୍ତ ୮୨୪ କୋଟି ଟଙ୍କାର ଶୁଳ୍କଠକେଇ କରିଥିବାର ଜଣାପଡିଛି।

   Related Posts