ରାଉରକେଲା ୧୮|୧: ପୁଣି ଜିଏସଟି ଠକେଇ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଏକ ସ୍ବତନ୍ତ୍ର ଟିମ୍ ରାଉରକେଲା ଡ଼ଲିକ୍ସ ଗଳିରେ ରହୁଥିବା ଯୁବକ ରିତେଶ ସିଂ ଓରଫ ବଲୁଙ୍କ ଘର ଉପରେ ଚଢ଼।ଉ କରିଥିଲେ । ଗୁରତ୍ବପୁର୍ଣ୍ଣ ଦସ୍ତାବିଜ ସହ ନକଲି ଜିଏସଟି ଇନଭଏସ, ପେନ୍କାଡ଼ର୍, ୫ନକଲି ଏଗ୍ରିମେଣ୍ଟ ପେପର, ବିଭିନ୍ନ ବ୍ୟାଙ୍କର ପାସବୁକ୍, ଅନେକ ଲୋକଙ୍କ ପରିଚୟ ପତ୍ର, ନକଲି ଆଧାର କାର୍ଡ ସହ ରିତେଶର ଫଟୋ ଥାଇ ଅନେକ ନାଁରେ ରିତେଶ ପ୍ରସ୍ତୁତ କରିଥିବା ନକଲି ଆଧାର କାର୍ଡ ଜବତ କରିଛି ରାଉରକେଲା ଜିଏସଟି ବିଭାଗ ।
{"id":75173}ରିତେଶ ବିଭିନ୍ନ ଲୋକଙ୍କ ପରିଚୟ ପତ୍ର ସଂଗ୍ରହ କରି ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଫାଙ୍କୁ ଥିବାର ଜିଏସଟି ବିଭାଗ ଜାଣିବା ପରେ ରିତେଶର ମୋବାଇଲକୁ ଟ୍ରାକିଙ୍ଗ କରି ରିତେଶର ଘରେ ଚଢ଼।ଉ କରିତିଲା ରାଉରକେଲା ଜିଏସଟି ବିଭାଗ । ଘର ଉପରେ ଚଢ଼।ଉ କରି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରିବା ସହ ରିତେଶକୁ ଅଟକ ରକିଛି ରାଉରକେଲା ଜିଏସଟିର କମିଶନରେଟର ଏକ ସ୍ବତନ୍ତ୍ର ଟିମ୍ । ଅଜଣା ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି ଟିମ୍ । ପ୍ରଥମେ ରାଉରକେଲାରେ ୩ମାସ ତଳେ ୨୦କୋଟି ଜିଏସଟି ଠକେଇ ଅଭିଯୋଗରେ ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଏବେ ଆଉ ଜଣେ ଠକ ଜିଏସଟି କମିଶନରେଟର ସ୍ବତନ୍ତ୍ର ଟିମ୍ କବଜାରେ । ଏହା ପଛରେ ଆନ୍ତଃରାଜ୍ୟ ଜିଏସଟି ଠକ ର୍ୟାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଜିଏସଟି କମିଶନର କହିଛନ୍ତି ।