ଅନିଲ ଅମ୍ବାନୀଙ୍କ ଏହି କମ୍ପାନିକୁ ଜିଏସଟି ବିଭାଗର କାରଣ ଦର୍ଶାଅ ନୋଟିସ୍‌, ପୈଠ କରିବାକୁ ହେବ ୯୨୨ କୋଟି

Published By : Prameya-News7 Bureau | October 08, 2023 IST

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଅଡ଼ୁଆ। ଅନିଲ ଅମ୍ବାନୀଙ୍କ ନେତୃତ୍ବାଧୀନ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ କମ୍ପାନିକୁ ଜିଏସଟି ବିଭାଗ ତରଫରୁ ନୋଟିସ୍। କମ୍ପାନିକୁ ସମୁଦାୟ ୯୨୨.୫୮ କୋଟିର ନୋଟିସ୍ ମିଳିଛି । ସୂଚନାଥାଉକି ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ରିଲାଏନ୍ସ କ୍ୟାପିଟାଲର ସହାୟକ କମ୍ପାନି। କମ୍ପାନି ବର୍ତ୍ତମାନ ଏନସିଏଲଟିରେ ଋଣ ସମାଧାନ ପ୍ରକ୍ରିୟାର ସାମ୍ନା କରୁଛି। ରିଲାଏନ୍ସ କ୍ୟାପିଟାଲର ସମୁଦାୟ ଭ୍ୟାଲ୍ୟୁରେ ଆରଜିଆଇସିର ପ୍ରାୟ ୭୦ ପ୍ରତିଶତ ଅଂଶଧନ ରହିଛି।

ଏକ ରିପୋର୍ଟ ଅନୁଯାୟୀ, କମ୍ପାନିକୁ ସମୁଦାୟ ଚାରି କାରଣ ଦର୍ଶାଅ ନୋଟିସ୍‌ ମିଳିଛି । ଏଥିରେ ଏକ ନୋଟିସ୍‌ ୪୭୮.୮୪ କୋଟି ଟଙ୍କା, ୩୫୯.୭୦ କୋଟି ଟଙ୍କା, ୭୮.୬୬ କୋଟି ଟଙ୍କା ଏବଂ ଅନ୍ୟଟି ୫.୩୮ କୋଟି ଟଙ୍କାର ରହିଛି । ଏହି ନୋଟିସ କମ୍ପାନିକୁ, ରି-ଇନସ୍ୟୁରାନ୍ସ ଏବଂ କୋ-ଇନ୍‌ସ୍ୟୁରାନ୍ସକୁ ମାମଲାରେ ରହିଛି ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କୁ ଆଉ ଏକ ଝଟକା, ୫ ବିମାନ ବନ୍ଦର ଫେରାଇନେଲେ ସରକାର

ସୂଚନା ଅନୁଯାୟୀ, ଆରଜିଆଇସିକୁ ସେପ୍ଟେମ୍ବର ୨୮କୁ ୪୭୮.୮୪ କୋଟି ଟଙ୍କାର ନୋଟିସ୍‌ ମିଳିଛି। ଏହି ନୋଟିସ୍ ରି-ଇନସ୍ୟୁରାନ୍ସ ଉପରେ କମିଶନକୁ ନେଇ ରହିଛି। ନୋଟିସ୍‌ ଜାରି କରିଥିବା ଡିଜିଜିଆଇର କହିବା ଅନୁଯାୟୀ ରି-ଇନସ୍ୟୁରାନ୍ସ ଉପରେ ଆାୟ ହୋଇଥିବା କମିଶନର ଅଂଶ। ଏହା କାରଣରୁ କମ୍ପାନିକୁ ଏହା ଉପରେ ଜିଏସଟି ଦେବାକୁ ହେବ।

ଏଭଳି ୩୫୯.୭୦ କୋଟି ଟଙ୍କାର ଜିଏସଟି ନୋଟିସ୍‌ କୋ-ଇନସ୍ୟୁରାନ୍ସକୁ ନେଇ ମିଳିଛି। ତୃତୀୟ ନୋଟିସ୍‌ ଆଇଟିସିକୁ ନେଇ ହୋଇଛି। ଏହା ପ୍ରାୟ ୭୮.୬୬ କୋଟିର ରହିଛି। ଚତୁର୍ଥ ନୋଟିସ୍‌ ଜିଏସଟିକୁ ନନ୍‌-ପେମେଣ୍ଟକୁ ନେଇ ରହିଛି ଯାହା ପ୍ରାୟ ୫.୩୮ କୋଟି ଟଙ୍କାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.