୧୨ରୁ ୧୮ ପ୍ରତିଶତ ହେଲା GST, ମହଙ୍ଗା ହେବ ମୋବାଇଲ ଫୋନ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୩: ଯଦି ମୋବାଇଲ ଫୋନ କିଣିବାକୁ ଯୋଜନା କରିଛନ୍ତି ତେବେ ଆପଣଙ୍କ ଲାଗି ବଡ ଖବର। ମୋଦି ସରକାର ଏପର୍ଯ୍ୟନ୍ତ ମୋବାଇଲ ଫୋନ ଉପରେ ଲାଗୁ ହେଉଥିବା ଜିଏସଟି ହାର ୧୨ରୁ ୧୮ ପ୍ରତିଶତକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଶନିବାର  ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଣୁ ଦେଶରେ ମୋବାଇଲ ଫୋନ ମୂଲ୍ୟ ବୃଦ୍ଧି ହେବା ସ୍ପଷ୍ଟ ହୋଇଯାଇଛି।

{"id":238425,"sizeSlug":"large"}

ଜିଏସଟି କାଉନସିଲ ବୈଠକରେ ୪ଟି ସାମଗ୍ରୀ ମୋବାଇଲ ଫୋନ, ସାର, ଜୋତା, କୃତ୍ରିମ ସୂତାରେ ପ୍ରସ୍ତୁତ କପଡା ଓ ଗାରମେଣ୍ଟର ଜିଏସଟି ଦରର ପରିବର୍ତ୍ତନ ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା। ଏଥିରେ ମୋବାଇଲ ଫୋନ ଲାଗି ଲାଗୁ ହେଉଥିବା ଜିଏସଟି ହାରକୁ ଅଧିକ ୬ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ହୋଇଛି। ତେବେ ଅନ୍ୟ ସାମଗ୍ରୀର ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

{"id":238426,"sizeSlug":"large"}

ଦେଶରେ ଏବେ ଟେଲିଭିଜନ, ଟର୍ଚ୍ଚ, ଗିଜର, ଆଇରନ, ହିଟର, ମିକ୍ସର ଓ ଜୁସର ଆଦି ସାମଗ୍ରୀ ଲାଗି ୧୮ ପ୍ରତିସତ ଜିଏସଟି ଲାଗୁ ହେଉଛି। ଏଭଳି କ୍ଷେତ୍ରରେ ମୋବାଇଲ ଜିଏସଟି ୧୨ ପ୍ରତିଶତ ରଖାଯିବା ପ୍ରଥମରୁ ହିଁ ବିତର୍କ ସୃଷ୍ଟି କରିଥିଲେ। ମୋବାଇଲ ଫୋନ ମଧ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଶ୍ରେଣୀଭୁକ୍ତ। ଏଣୁ ଏହାର ଜିଏସଟି ମହଙ୍ଗା କରାଯାଇଛି। ଯଦି ମୋବାଇଲ ନେବାକୁ ଚାହୁଁଛନ୍ତି ନୂଆ ଜିଏସଟି ହାର ଲାଗୁ ପୂର୍ବରୁ କିଣି ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.