<strong>GST Council Meeting: ଟିକସ ହାରକୁ ତର୍କସଙ୍ଗତ କରିବା ନେଇ GoMର ଅନ୍ତରୀଣ ରିପୋର୍ଟକୁ ମଞ୍ଜୁରୀ</strong>

Published By : Prameya-News7 Bureau | June 28, 2022 IST

ଚଣ୍ଡିଗଡ: ଜିଏସଟି କାଉଁସିଲର ୪୭ତମ ବୈଠକ ମଙ୍ଗଳବାର ଚଣ୍ଡିଗଡରେ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ଦିନିଆ ବୈଠକ ହେବ । ପ୍ରଥମ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି। ତେବେ ଅନୁଷ୍ଠାନିକ ଭାବେ ଏହା ଉପରେ କୌଣସି ସୂଚନା ଦିଆଯାଇ ନାହିଁ।

ପ୍ରଥମ ଦିନରେ ପରିଷଦ ଜିଏସଟିର ହାରକୁ ସର୍କସଙ୍ଗତ କରିବା ପାଇଁ ଗଠିତ ଗ୍ରୁପ ଅଫ୍ ମିନିଷ୍ଟର୍ସର ଅନ୍ତରୀଣ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ଗଠିତ ଜିଓଏମ ୫୦୦୦ ଟଙ୍କା ପ୍ରତିଦିନରୁ ଅଧିକ ଚାର୍ଜ କରୁଥିବା ହସ୍ପିଟାଲ ରୁମ୍ସର ରେଟ୍ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହାସହ ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ ଲେଟର ଏବଂ ୧୦ ଗ୍ରାମ ଓଜନ ଯାଏଁ ଲଫାପାକୁ ଛାଡି ପୋଷ୍ଟ ଅଫିସର ସବୁ ସେବା ଉପରେ ଟ୍ୟାକ୍ସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଛତିଶଗଡ ବାଣିଜ୍ୟ ମନ୍ତ୍ରୀ ଟି ଏସ ସିଂ ଦେବ ରାଜ୍ୟକୁ ଦିଆଯାଉଥିବା ଜିଏସଟି କ୍ଷତି ଭରଣାକୁ ଆଉ ୫ ବର୍ଷ ବଢାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅପିଲ କରିଛନ୍ତି । ଅଧିକାଂଶ ରାଜ୍ୟ ଏହି ସମାନ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି କମ୍ପନସେସନ ଜୁନ ୩୦ରୁ ଶେଷ ହୋଇଯିବ।

୨୦୧୭ ଜୁଲାଇ ୧ରେ ଦେଶରେ ଜିଏସଟି ଲାଗୁ ହୋଇଥିଲା। ସେହି ସମୟରେ କେନ୍ଦ୍ର ସରକାର ରାଜ୍ୟର ରାଜସ୍ୱ ହାନୀର ଭରଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଡିଏସଟି କମ୍ପନସେସନ କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.