ଜୁନ୍ ୨୨ରେ ଜିଏସଟି ପରିଷଦର ବୈଠକ, ଅନ୍‌ଲାଇନ୍ ଗେମିଂ ଏବଂ ସାର ଟିକସ ଉପରେ ଚର୍ଚ୍ଚା ସମ୍ଭାବନା

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ: ଜିଏସଟି ସହ ଜଡ଼ିତ ମାମଲାର ଶୀର୍ଷ ସଂସ୍ଥା ଜିଏସଟି ପରିଷଦର ଶନିବାର ଜୁନ୍‌ ୨୨ରେ ବୈଠକ ହେବ । ଏହି ବୈଠକରେ ଅନ୍‌ଲାଇନ୍ ଗେମିଂ ଉପରେ ଟ୍ୟାକ୍ସେସନ ଏବଂ ଫାର୍ଟିଲାଇଜର ଉପରେ ଟିକସ କମ କରିବା ଉପରେ ସଂସଦୀୟ କମିଟିର ସୁପାରିଶ ଉପରେ ଚର୍ଚ୍ଚାର ସମ୍ଭାବନା ରହିଛି । ବୈଠକରେ କାଉନଲିସର ପୂର୍ବ ନିଷ୍ପତ୍ତି ଆଧାରରେ ଜିଏସଟି ହାରକୁ ଯୁକ୍ତିସଂଗତ କରିବା ଏବଂ ଜିଏସଟି ଆଇନରେ ସଂଶୋଧନ ଉପରେ ରିପୋର୍ଟକୁ ଚୂଡାନ୍ତ ରୂପେ ଦେବା ପାଇଁ ଗଠିତ ମନ୍ତ୍ରୀଙ୍କ ସମୂହ (ଡିଓଏମ)ର ପ୍ରଗତି ଉପରେ ଚର୍ଚ୍ଚାର ସମ୍ଭାବନା ରହିଛି ।

ଜିଏସଟି ପରିଷଦ ସାର ନିର୍ମାଣକାରୀ କମ୍ପାନି ଏବଂ ଚାଷୀଙ୍କ ହିତ ଏବଂ କଞ୍ଚା ମାଲ୍ ଉପରେ ଜିଏସଟି କମ୍ ପାଇଁ ଫେବ୍ରୁଆରୀରେ ରସାୟନ ଏବଂ ସାର ଉପରେ ସଂସଦର ସ୍ଥାୟୀ ସମିତି ଦ୍ୱାରା କରାଯାଇଥିବା ସୁପାରିଶ ଉପରେ ମଧ୍ୟ ଚର୍ଚ୍ଚା କରିପାରେ । ବର୍ତ୍ତମାନ ସମୟରେ ଫର୍ଟିଲାଇଜର ଉପରେ ୫ ପ୍ରତିଶତ ହାରରେ ଟିକସ ଲାଗିଥାଏ ଅନ୍ୟପଟେ ସଲ୍ଫ୍ୟୁରିକ୍ ଏସିଡ୍ ଏବଂ ଆମୋନିଆ ପରି କଞ୍ଚା ମାଲ ଉପରେ ୧୮ ପ୍ରତିଶତ ଉଚ୍ଚ ଟିକସ ଲାଗିଥାଏ । ପରିଷଦ ଅନ୍‌ଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିପାରେ । ଏହି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହୋଇଥିଲା ।

ଏହି ନିଷ୍ପତି ପରେ ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ୨୦୨୩-୨୪ର ଅବଧିରେ ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ଚୋରି ଅଭିଯୋଗରେ ଅନଲାଇନ ଗେମିଂ କମ୍ପାନିଙ୍କୁ ୭୦ରୁ ଅଧିକ ନୋଟିସ ଜାରି କରାଯାଇଛି । ଏଥିରୁ ଅନେକ କମ୍ପାନି ନୋଟିସ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହି ବୈଠକ ଆଠ ମାସର ବ୍ୟବଧାନରେ ହେଉଛି । ଏହା ପୂର୍ବରୁ ୨୦୨୩ ଅକ୍ଟୋବର ୭ରେ ଜିଏସଟି ପରିଷଦର ବୈଠକ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.