ଗୁଟଖା, ପାନ ମସଲା ଉପରେ ଲାଗିବ ଅଧିକ ଟ୍ୟାକ୍ସ! ଜିଏସଟି କାଉନସିଲ ବୈଠକରେ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ: ଜିଏସଟି କାଉନସିଲର ଶନିବାର ହେବାକୁ ଥିବା ବୈଠକରେ ଗୁଟଖା, ପାନ ମସଲା ପରି ପଦାର୍ଥ ଉପରେ ଏକ୍ସଟ୍ରା ଟ୍ୟାକ୍ସ ଲାଗୁ କରିବା ଉପରେ ଆଲୋଚନା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରିସ୍ତରୀୟ କମିଟି(ଜିଓଏମ)ର ରିପୋର୍ଟରେ ପାନ ମସଲା ଏବଂ ଗୁଟଖା କମ୍ପାନିଙ୍କ ଦ୍ୱାରା ଅଧିକ ଟ୍ୟାକ୍ସ ଚୋରି ମାମଲା ବିଷୟରେ ଉଲ୍ଲେଖ କରାଯାଇଛି । ଏହାସହ ଅଧିକ ଟିକସ ଲାଗୁ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁସାରେ ଜିଓଏମ ଏକ ବିଶିଷ୍ଟ ଟ୍ୟାକ୍ସ ଆଧାରିତ ଲେଭିର ପ୍ରସ୍ତାବ ଦେଇଛି । ଏହା ସାମଗ୍ରୀର ଖୁଚୁରା ମୂଲ୍ୟ ସହ ଯୋଡି ହୋଇ ରହିବ । ପ୍ୟାନେଲର ରିପୋର୍ଟରେ ପାନ ମସଲା, ହୁକ୍କା, ଚିଲମ ଏବଂ ଅନ୍ୟ ତମାଖୁ ଜାତୀୟ ସାମଗ୍ରୀ ସହ ମୋଟ ୩୮ଟି ସାମଗ୍ରୀ ଉପରେ ବିଶିଷ୍ଟ ଟ୍ୟାକ୍ସ ରେଟ୍ସର ପ୍ରସ୍ତାବ ଦେଇଛି । ଏହା ଏହି ସାମଗ୍ରୀର ଖୁଚୁରା ବିକ୍ରି ମୂଲ୍ୟର ୧୨ ପ୍ରତିଶତରୁ ୬୯ ପ୍ରତିଶତ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଏହି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗିଥାଏ ।

ରିପୋର୍ଟ ଅନୁସାରେ, ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ମନ୍ତ୍ରିସ୍ତରୀୟ ପ୍ୟାନେଲ ଏହି ପ୍ରସଙ୍ଗରେ ନିଜ ଚୂଡାନ୍ତ ରିପୋର୍ଟ ହସ୍ତାନ୍ତର କରିସାରିଛି । ଶନିବାର ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏହାକୁ ଆଗତ କରାଯିବାର ସମ୍ଭାବନା ରହିଛି । ଯଦି ରିପୋର୍ଟକୁ ମଞ୍ଜୁରୀ ଦିଆଯାଏ, ତେବେ ଖୁଚୁରା ଏବଂ ପାଇକାରୀ ଉଭୟ ସ୍ତରରେ ଟ୍ୟାକ୍ସ ଚୋରି ରୋକିବାରେ ବଡ଼ ସହାୟକ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.