ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି, ନିୟମ ଉଲ୍ଲଂଘନର ସବୁ ମାମଲା ଅପରାଧ ନୁହେଁ
17/12/2022 at 4:47 PM

ନୂଆଦିଲ୍ଲୀ: ଶନିବାର ଜିଏସଟି କାଉନସିଲର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଏବେ ଅପରାଧିକରଣକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୬ ମାସର ବ୍ୟବଧାନ ପରେ ଶନିବାର ପୁଣି ଥରେ ଜିଏସଟିର ୪୮ତମ ବୈଠକ ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଛି । ଜିଏସଟି କାଉନସିଲର ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ଯେ ନିୟମର ଉଲ୍ଲଂଘନରେ ଏବେ ସବୁ ମାମଲା ଅପରାଧିକ ନୁହେଁ । ଅର୍ଥ ବିଧେୟକ ଜରିଆରେ ଆଇନରେ ପରିବର୍ତ୍ତନର ଯୋଜନା ରହିଛି । ଅନ୍ୟପଟେ ଅନଲାଇନ ଗେମିଂ, କସିନୋ, ଘୋଡା ଦୌଡ଼ ଉପରେ ଗ୍ରୁପ ଅଫ ମିନିଷ୍ଟର୍ସଙ୍କ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ଉପରେ କୌଣସି ଆଲୋଚନା ହୋଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।
ରାଜସ୍ୱ ସଚିବ କହିଛନ୍ତି ଯେ କିଛି ନିୟମର ଉଲ୍ଲଙ୍ଘନକୁ ଅପରାଧ ଶ୍ରେଣୀରୁ ବାହାର ରଖିବା ଉପରେ ଜିଏସଟି କାଉନସିଲ ନିଜ ସହମତି ପ୍ରକାଶ କରିଛି । ଅନ୍ୟପଟେ ପ୍ରସିକ୍ୟୁଶନ ଆରମ୍ଭ କରିବାର ସୀମା ଦ୍ୱିଗୁଣା କରି ୨ କୋଟି ଟଙ୍କା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମାଙ୍କ ଅଧ୍ୟକ୍ଷତାରେ ଗ୍ରୁପ ଅଫ୍ ମିନିଷ୍ଟର୍ସ(ଜିଓଏମ) ଏହି ପ୍ରସଙ୍ଗରେ ନିଜ ରିପୋର୍ଟ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଥିଲେ।
Three kinds of offences have been recommended to be decriminalised. They pertain to obstruction or preventing any officer in discharge of his duties, deliberate tampering of material evidence & failure to supply the information.
— NSitharamanOffice (@nsitharamanoffc) December 17, 2022
– Revenue Secretary post 48th GST Council Meeting pic.twitter.com/uWsNga3vck
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜିଏସଟି ପରିଷଦ ସମୟର ଅଭାବରୁ ଏଜେଣ୍ଡାରେ ସାମିଲ ୧୫ ପ୍ରସଙ୍ଗ ମଧ୍ୟରୁ କେବଳ ଆଠଟି ଉପରେ ନିଷ୍ପତ୍ତି ନେଇପାରିଛି ।