ଜିଏସଟିର ୫ ବର୍ଷ: ଜୁନରେ ଜିଏସଟି ସଂଗ୍ରହ ୧.୪୪ ଲକ୍ଷ କୋଟି ପାର, ବାର୍ଷିକ ତୁଳନାରେ ୫୬ ପ୍ରତିଶତ ବୃଦ୍ଧି
1/07/2022 at 4:31 PM

ନୂଆଦିଲ୍ଲୀ: ଜିଏସଟିକୁ ୫ ବର୍ଷ ପୂରା ହୋଇଛି । ଏହାସହ ଜୁନ ମାସରେ ଜିଏସଟି ଡାଟା ମଧ୍ୟ ସାମନାକୁ ଆସିଛି । ଚଳିତ ବର୍ଷ ଜୁନରେ ଜିଏସଟି ସଂଗ୍ରହ ବେଶ ଜମଦାର ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା ଅନୁସାରେ ଜୁନରେ ଗୋଟିଏ ବର୍ଷ ପୂର୍ବ ତୁଳନାରେ ଜିଏସଟି ସଂଗ୍ରହ ୫୬ ପ୍ରତିଶତ ବଢି ୧.୪୪ ଲକ୍ଷ କୋଟିରୁ ଅଧିକ ହୋଇଛି ।
ଏହା ପୂର୍ବରୁ ମେ ମାସରେ ଜିଏସଟି ସଂଗ୍ରହ ୧,୪୦,୮୮୫ କୋଟି ଥିଲା । ସେହି ସମୟରେ ଏହା ଗତ ବର୍ଷ ତୁଳନାରେ ୪୪ ପ୍ରତିଶତ ବୃଦ୍ଧି ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଜିଏସଟି ଲାଗୁ ହେବାର ପାଞ୍ଚ ବର୍ଷରେ ପଞ୍ଚମ ଥର ପାଇଁ କୌଣସି ମାସିକ ଜିଏସଟି ସଂଗ୍ରହ ୧.୪୦ ଲକ୍ଷ କୋଟିରୁ ହୋଇଛି । ୨୦୨୨ ଏପ୍ରିଲ ପରେ ଜୁନରେ ଦ୍ୱିତୀୟ ସବୁଠୁ ବଡ଼ ଜିଏସଟି ସଂଗ୍ରହ ହୋଇଛି ।
୨୦୨୨ ଏପ୍ରିଲ: ୧,୬୭,୫୪୦
୨୦୨୨ ମାର୍ଚ୍ଚ: ୧,୪୨,୦୯୫
୨୦୨୨ ଜାନୁଆରୀ: ୧,୪୦, ୯୮୬
୨୦୨୨ ମେଇ: ୧,୪୦,୮୮୫
୨୦୨୨ ଫେବ୍ରୁଆରୀ: ୧,୩୩,୦୮୬
ଭାରତର ସବୁଠୁ ଟିକସ ସଂସ୍କାର ଜିଏସଟିର ୫ ବର୍ଷ ପୂର୍ତ୍ତି ହୋଇଛି । ଏହି ୫ ବର୍ଷରେ ପ୍ରତି ମାସରେ ଏକ ଲକ୍ଷ କୋଟି ସଂଗ୍ରହ ସାଧାରଣ କଥା ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଜିଏସଟିରେ ଉତ୍ପାଦ ଶୁଳ୍କ, ସେବା କର ଏବଂ ଭ୍ୟାଟ ପରି ୧୭ଟି ସ୍ଥାନୀୟ ଏବଂ ୧୩ଟି ଉପକର ସାମିଲ କରାଯାଇଛି। ୨୦୧୭ ଜୁଲାଇ ୧ ମଧ୍ୟରାତ୍ରିରୁ ଲାଗୁ କରାଯାଇଥିଲା।