ଅଗଷ୍ଟରେ ୧୧ ପ୍ରତିଶତ ବଢ଼ିଲା GST ସଂଗ୍ରହ, ରାଜସ୍ୱ ସଚିବଙ୍କ ସୂଚନା

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ, ୦୧/୦୯: ପୁଣି ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ। ଦେଶର ଜିଏସଟି ରାଜସ୍ବରେ ବାର୍ଷିକ ଆଧାରରେ ବୃଦ୍ଧି ହୋଇଛି। ଅଗଷ୍ଟରେ ଭାରତର ଜିଏସଟି ସଂଗ୍ରହ ୧.୫୯ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗୋଟିଏ ବର୍ଷ ତୁଳନାରେ ୧୧ ପ୍ରତିଶତରୁ ଅଧିକ । ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା ଶୁକ୍ରବାର ବାର୍ଷିକ ଜିଏସଟି କଲେକ୍ସନର ସୂଚନା ଦେଇଛନ୍ତି। ତେବେ ଏହି ଜିଏସଟି ସଂଗ୍ରହ ଗତ ବର୍ଷ ଅଗଷ୍ଟରେ ଜିଏସଟିରେ ୧.୪୪ ଲକ୍ଷ କୋଟି ହୋଇଥିଲା।

ଆହୁରି ପଢ଼ନ୍ତୁ: GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ

ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ୨୦୨୩ ଅଗଷ୍ଟରେ ଜିଏସଟି ସଂଗ୍ରହ ୧,୫୯,୦୬୯ କୋଟି ଟଙ୍କା ରହିଛି। ଯାହା ଅଗଷ୍ଟ ୨୦୨୨ ତୁଳନାରେ ୧୧ ପ୍ରତିଶତ ଅଧିକ। କିନ୍ତୁ ୫ ମାସ ମଧ୍ୟରେ ଏହା ପ୍ରଥମ ଥର ଯେତେବେଳେ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟିରୁ କମ୍‌ ରହିଛି। ମାର୍ଚ୍ଚ ୨୦୨୩ରୁ ଲଗାତାର ଜିଏସଟି ସଂଗ୍ରହ ପ୍ରତି ମାସରେ ୧.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଉଥିଲା।

ଚଳିତ ଆର୍ଥିକ ବର୍ଷରେ ଜିଏସଟି ସଂଗ୍ରହ ଭଲ ରହିଛି। ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ପ୍ରତିମାସରେ ଜିଏସଟି ସଂଗ୍ରହରେ ବାର୍ଷିକ ଆଧାରରେ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ଥିକ ବର୍ଷର ଆରମ୍ଭରେୁ ହିଁ ରେକର୍ଡ ସଂଗ୍ରହ ସହ ହୋଇଥିଲା। ପ୍ରଥମେ ଏପ୍ରିଲ୍‌ରେ ୧.୮୭ ଲକ୍ଷ କୋଟିରୁ ହୋଇଥିଲା।

ଜୁଲାଇରେ ହୋଇଥିଲା ଏତିକି ସଂଗ୍ରହ:

ଏହା ପୂର୍ବରୁ ୨୦୨୩ ଜୁଲାଇରେ ୧,୬୫,୧୦୫ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା, ଯାହା ଜୁଲାଇ ୨୦୨୨ରେ ତୁଳନାରେ ୧୧ ପ୍ରତିଶତ ଅଧିକ । ତେବେ ଏହି ଆଧାରରେ ଦେଖିବାକୁ ଗଲେ ୨୦୨୩ ଜୁଲାଇରେ ୧.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୨୦୨୩ ଅଗଷ୍ଟ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କା ହୋଇପାରେ। ଜିଏସଟି ଲାଗୁ ହେବାପରଠାରୁ ଜୁଲାଇ ୨୦୨୩ରେ ଏହି ଲଗାତାର ପଞ୍ଚମଥର ଥିଲା ଯେତେବେଳେ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.