ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଜିଏସ୍‌ଟି ଆଦାୟରେ ୨୬ ପ୍ରତିଶତ ବୃଦ୍ଧି, ସେପ୍ଟେମ୍ୱରରେ ଟପିଲା ୧.୪୭ ଲକ୍ଷ କୋଟି

1/10/2022 at 5:24 PM

ନୂଆଦିଲ୍ଲୀ, ୦୧/୧୦: ଦ୍ରବ୍ୟ ଏବଂ ସେବା କର ବା ଜିଏସ୍‌ଟି ଆଦାୟ ଗତ ମାସ ଅର୍ଥାତ ସେପ୍ଟେମ୍ୱର ୨୦୨୨ରେ ରେକର୍ଡ ସ୍ତରରେ ପହଞ୍ଚିଛି । ଜିଏସ୍‌ଟି ଆଦାୟରେ ୨୬ ପ୍ରତିଶତ ବୃଦ୍ଧି ହୋଇଛି । ମୋଟ ୧,୪୭,୬୮୬ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେଥିରୁ CGST ୨୫,୨୭୧ କୋଟି, SGST ୩୧,୮୧୩ କୋଟି ଏବଂ IGST ୮୦,୪୬୪ ଲକ୍ଷ କୋଟି ଟଙ୍କା ରହିଛି । ଆମଦାନୀ କର ୪୧,୨୧୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେସ୍‌ ୧୦,୧୩୭ କୋଟି ଟଙ୍କା ଆଦାୟ ହୋଇଛି ।

ସରକାର CGST ୩୧,୮୮୦ ଟଙ୍କା ଏବଂ SGST ପାଇଁ ୨୭,୪୦୩ ଟଙ୍କା ରାଜ୍ୟଗୁଡ଼ିକୁ IGST ସେଟେଲ୍‌ମେଣ୍ଟ ପାଇଁ ପ୍ରଦାନ କରିଛନ୍ତି । ତେବେ ରାଜ୍ୟ ଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ପରେ କେନ୍ଦ୍ର ପାଖରେ ସେପ୍ଟେମ୍ୱର ମାସରେ ୫୭,୧୫୧ ଟଙ୍କା ଏବଂ ରାଜ୍ୟମାନଙ୍କ ପାଖରେ ୫୯,୨୧୬ ଟଙ୍କା ରହିଛି ।  

ତେବେ ଗତ ବର୍ଷ ସେପ୍ଟେମ୍ୱର ମାସ ଅପେକ୍ଷା ଚଳିତ ବର୍ଷ ଜିଏସ୍‌ଟି ଆଦାୟରେ ୨୬ ପ୍ରତିଶତ ବୃଦ୍ଧି ହୋଇଛି । ଆମଦାନୀ ଦ୍ରବ୍ୟରେ ୩୯ ପ୍ରତିଶତ ଏବଂ ଘରୋଇ ଦ୍ରବ୍ୟ ବିକ୍ରିରେ ୨୨ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି । ୨୦୨୨ ଅଗଷ୍ଟ ମାସରେ ୭.୭ ଇ-ୱେ ବିଲ୍‌ ଜେନେରେଟ୍‌ ହୋଇଥିବା ବେଳେ ଜୁଲାଇ ମାସରେ ଏହା ୭.୫ କୋଟି ରହିଥିଲା । ସେହିପରି ସେପ୍ଟେମ୍ୱର ମାସ ୨୦ ତାରିଖରେ ଗୋଟିଏ ଦିନରେ ସବୁଠାରୁ ଅଧିକ ଅର୍ଥାତ ୪୯,୪୫୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୮.୭୭ ଲକ୍ଷ ଚାଲାଣ କଟିଥିଲା ।   

   Related Posts