LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅକ୍ଟୋବରରେ ରେକର୍ଡ, ମାସ ଶେଷ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଟପିଲା ଜିଏସ୍‌ଟି ଆଦାୟ

2/11/2020 at 8:03 AM

ଭୁବନେଶ୍ୱର ୦୨।୧୧: ଅକ୍ଟୋବର ମାସରେ ‘ଗୁଡ୍ ସ୍  ଆଣ୍ଡ୍  ସର୍ଭିସେସ୍ ଟ୍ୟାକ୍ସ ବା ଜିଏସ୍ ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଥିବା ସୂଚନା ଦେଇଛି  ଅର୍ଥ ମନ୍ତ୍ରାଳୟ । ଫେବ୍ରୁଆରି ମାସ ପର ଠାରୁ GST ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିବାରେ ଏହା ପ୍ରଥମ ଘଟଣା । ୨୦୨୦ ଅକ୍କ୍ଟୋବର ମାସରେ ସଂଗୃହୀତ ମୋଟ୍ GST ରାଜସ୍ବ ହେଉଛି ୧ ଲକ୍ଷ ୦୫ ହଜାର୧୫୫ କୋଟି ଟଙ୍କା ।  ଏଥିସହିତ ଅକ୍ଟୋବର ମାସ ୩୧ ପର୍ଯ୍ୟନ୍ତ ଫାଇଲ୍  ହୋଇଥିବା ସମୁଦାୟ ‘ଜିଏସ୍ ଟିଆର୍ -୩ବି’ ରିଟର୍ଣ୍ଣ ସଂଖ୍ୟା ହେଉଛି ୮୦ ଲକ୍ଷ ।

ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଆଦାୟ GST ରାଜସ୍ବ ଠାରୁ ଏଥରର ରାଜସ୍ବ ୧୦ ପ୍ରତିଶତରୁ ଅଧିକ । ସେହିପରି ଓଡ଼ିଶାରେ ଅକ୍ଟୋବର ମାସରେ ବି ବଢିଛି GST ସଂଗ୍ରହ । ଗତ ଅକ୍ଟୋବର ମାସ ସଂଗ୍ରହ ତୁଳନାରେ ଏହା ୨୧.୭୯ ପ୍ରତିଶତ ବଢିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ GST ସଂଗ୍ରହ ହାର ୧୮.୩ ପ୍ରତିଶତ ବଢିଥିଲା । ୨୦୧୭ ରେ GST ଲାଗୁ କରାଯିବା ସମୟରେ ସରକାର ଏହି ରାଜସ୍ବର ସାଧାରଣ ମାନକ ୧ ଲକ୍ଷ କୋଟି ଟଙ୍କା ରଖିଥିଲେ । କିନ୍ତୁ କରୋନା ଜନିତ ଲକ୍ ଡାଉନ୍ ଯୋଗୁଁ ଏତେ ପରିମାଣରେ GST ରାଜସ୍ବ ସଂଗ୍ରହ ହୋଇ ପାରୁ ନ ଥିଲା । କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ୍‌ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ୨୧.୭୯ ପ୍ରତିଶତ ଅଭିବୃଦ୍ଧି ହୋଇଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ଓଡ଼ିଶାର ମୋଟ୍‌ ଜିଏସ୍‌ଟି ସଂଗ୍ରହ, ଯୁକ୍ତାତ୍ମକ ରହିବା ସହିତ ଆଶାଜନକ ସ୍ଥିତିରେ ପହଞ୍ଚିଛି ।

   Related Posts