ବଜେଟ୍ ପୂର୍ବରୁ ଖୁସି ଖବର, ଜାନୁଆରୀରେ ୧.୫୫ ଲକ୍ଷ କୋଟି ଉପରେ ଜିଏସଟି ସଂଗ୍ରହ, ଦ୍ୱିତୀୟ ସର୍ବବୃହତ କଲେକ୍ସନ
31/01/2023 at 9:56 PM

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ୍ ବୁଧବାର ଫେବ୍ରୁଆରୀ ୧ରେ ଆଗତ କରାଯିବ । ଏହା ପୂର୍ବରୁ ଜିଏସଟି ସଂଗ୍ରହ ମାମଲାରେ ଦେଶ ପାଇଁ ଭଲ ଖବର ଆସିଛି । ତଥ୍ୟ ଅନୁସାରେ ୨୦୨୩ ଜାନୁଆରୀରେ ଜିଏସଟି ସଂଗ୍ରହ ୧,୫୫,୯୨୨ କୋଟି ଟଙ୍କା ରହିଛି । ଏଥିରେ ସିଜିଏସଟି ୨୮,୯୬୩ କୋଟି ଟଙ୍କା, ଏସଜିଏସଟି ୩୬,୭୩୦ କୋଟି ଏବଂ ଆଇଜିଏସଟି ୭୯,୫୯୯ କୋଟି ଟଙ୍କା ରହିଛି ।
👉 2nd highest Gross GST collection in January 2023, breaching earlier 2nd highest record in the Month of October 2022
— Ministry of Finance (@FinMinIndia) January 31, 2023
👉 ₹1,55,922 crore gross GST revenue collected in the month of January 2023
Read more ➡️ https://t.co/oyWn67sqvR
(1/2) pic.twitter.com/WEuyV1Y7ep
ଅର୍ଥ ମନ୍ତ୍ରାଳୟ ଅନୁସାରେ ୨୦୨୨ ଏପ୍ରିଲ ପରେ ଏହା ଦ୍ୱିତୀୟ ସବୁଠୁ ଜିଏସଟି ସଂଗ୍ରହ ଅଟେ । ଏପ୍ରିଲରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା । ସେହିପରି ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ପାଇଁ ଜିଏସଟି ସଂଗ୍ରହ ୧.୫୦ ଲକ୍ଷ କୋଟି ଉପରେ ରହିଛି । ଏହାଛଡ଼ା ୨୦୨୨ ଡିସେମ୍ୱରରେ ୮.୩ କୋଟି ଇ-ୱେ ବିଲ ଜେନେରେଟ୍ ହୋଇଥିଲା, ଯାହା ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ । ୨୦୨୨ ନଭେମ୍ୱରରେ ୭. କୋଟି ଇ-ୱେ ବିଲ୍ ଜେନେରେଟ୍ ହୋଇଥିଲା ।