ଜେଲ୍ ଗଲେ ଜିଏସଟି ଠକ, ଜାଲ୍ ସଂସ୍ଥା କରି ଲୁଟୁଥିଲେ କୋଟି କୋଟି ଟଙ୍କା

Published By : Prameya-News7 Bureau | December 16, 2020 IST

ରାଉରକେଲା ୧୬।୧୨: ଜେଲ୍ ଗଲେ ଜିଏସଟି ଠକ। ରାଉରକେଲା ଜିଏସଟି ଠକେଇ ଅଭିଯୋଗରେ ଗିରଫ ହେଲେ ସନ୍ତୋଷ ଗୁପ୍ତା। ତାଙ୍କ ଘର ବାସନ୍ତୀ କଲୋନୀ । ସନ୍ତୋଷ ଜାଲ କମ୍ପାନୀ ଖୋଲି  ଜାଲ୍ ଇନଭଏସ, ଜାଲ ବିଲ୍, ଜାଲ ଟ୍ରାନଜେକ୍ସନ ଦେଖାଇ ପ୍ରାୟ ଜିଏସଟି ବାବଦରେ ୨୫୦  କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜିଏସଟି ବାବଦକୁ ଠକେଇ କରିଥିବା ଅଭିଯୋଗରେ ଗିରଫ କରିଛି ସେଣ୍ଟ୍ରାଲ ଜିଏସଟି। ଗିରଫ କରି କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ସନ୍ତୋଷ  ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.