ଭଦ୍ରକ ବ୍ୟବସାୟୀଙ୍କ ଜିଏସଟି ଠକେଇ : ଖୋର୍ଦ୍ଧା ଓ ଭୁବନେଶ୍ବର ଲିଙ୍କ୍ , ୩ଟି ସ୍ଥାନରେ ଚଢ଼ଉ କଲେ ବିଭାଗୀୟ ଟିମ୍

Published By : Prameya-News7 Bureau | February 20, 2020 IST

ଖୋର୍ଦ୍ଧା  ୨୦/୨: ଗତକାଲି ନ୍ୟୁଜ୍‌ 7ରେ ବଡ଼ ଧରଣର GST ଠକେଇର ପର୍ଦ୍ଦାଫାସ୍‌ ହେବା ପରେ ଆଜି ଚିହିଁକି ଉଠିଥିଲା ଜିଏସଟି ବିଭାଗ । ଖୋର୍ଦ୍ଧାରୁ ଭୁବନେଶ୍ବର, ଭୁବନେଶ୍ବରରୁ ଭଦ୍ରକ ସବୁଠି ରେଡ୍‌ କରିଥିଲେ ଜିଏସଟି ବିଭାଗର ୭ଜଣିଆ ଟିମ୍‌ ।

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ କମ୍ପାନୀରେ GST ରେଡ୍‌ । ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ ଆଣ୍ଡ ପାଓ୍ବାରରେ GST ରେଡ୍‌ । ଭଦ୍ରକ ସାହୁ ଏଣ୍ଟରପ୍ରାଇଜର୍ସରେ GST ରେଡ୍‌ । ଗତକାଲି ନ୍ୟୁଜ୍‌ 7ରେ ବଡ଼ ଧରଣର GST ଠକେଇର ପର୍ଦ୍ଦାଫାସ୍‌ ହେବା ପରେ ଆଜି ଚିହିଁକି ଉଠିଥିଲା କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି ବିଭାଗ । ନ୍ୟୁଜ୍‌ 7 ଥୋଇଥିବା ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଖୋର୍ଦ୍ଧା ଠାରୁ ଆରମ୍ଭ କରି ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଏବଂ ଭଦ୍ରକ ପର୍ଯ୍ୟନ୍ତ ଖେଦି ଯାଇଥିଲେ ୨୧ଜଣିଆ ଅଧିକାରୀଙ୍କ ଟିମ୍‌ । କିଭଳି ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ କମ୍ପାନୀରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଟ୍ରିପ୍‌ ଟ୍ରିପ୍‌ ଲୁହା ଛଡ଼ ସପ୍ଲାଏ ହେଉଥିଲା ତା’ର ଖୁଲାସା କରିଥିଲା ନ୍ୟୁଜ୍‌ 7 । ଆଉ ଇଏ ହେଉଛି ସେହି ଫ୍ୟାକ୍ଟ୍ରିରେ ଆଜିର ଚିତ୍ର । କମର୍ସିଆଲ୍‌ ଟ୍ୟାକ୍ସ ଓ ଜିଏସଟି ବିଭାଗର ୭ଜଣିଆ ଟିମ୍‌ ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ-ଲକ୍ଷ୍ମୀ ଷ୍ଟିଲ୍‌ କମ୍ପାନୀ ଉପରେ ଛାପା ମାରିଛନ୍ତି ।

ସେପଟେ ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜିଏସଟି ରେଡ୍‌ ଚାଲିଥିଲା । ଆଉ ସମାନ ସମୟରେ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ ଆଣ୍ଡ ପାଓ୍ବାର କାର୍ଯ୍ୟାଳୟରେ ଛାପା ମାରିଥିଲେ ଆଉ ଏକ ୭ଜଣିଆ ଟିମ୍‌ ।

ଭଦ୍ରକ ସହରର ଗ୍ରାମାଞ୍ଚଳ ଥାନା ନିକଟରେ ଥିବା ସାହୁ ଏଣ୍ଟରପ୍ରାଇଜର୍ସରେ ରେଡ୍‌ କରିଛନ୍ତି କମର୍ସିଆଲ୍‌ ଟ୍ୟାକ୍ସ ଓ ଜିଏସଟି ବିଭାଗର ଆଉ ଏକ ୭ଜଣିଆ ଟିମ୍‌ । ଏମିତି ସାହୁ ଏଣ୍ଟରପ୍ରାଇଜର୍ସର ମାଲିକ ସୁରେଶ ସାହୁଙ୍କ ଗଣ୍ଡପଡ଼ାରେ ଥିବା ଘରେ ମଧ୍ୟ ଚଢ଼ାଉ ହୋଇଛି । ସଂସ୍ଥାର ସମସ୍ତ କାଗଜପତ୍ର ଯାଂଚ କରିଛି ଜିଏସଟି ଟିମ୍‌ ।

ସାହୁ ଏଣ୍ଟରପ୍ରାଇଜର୍ସର ମାଲିକ ସୁରେଶ ସାହୁଙ୍କ ଗଣ୍ଡପଡ଼ାରେ ଥିବା ଘରେ ଜିଏସଟି ରେଡ୍‌ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ନ୍ୟୁଜ୍‌ 7 କ୍ୟାମେରା ପର୍ସନଙ୍କୁ କିଛି ବ୍ୟକ୍ତି ଦୁର୍ବ୍ୟହାର କରିଛନ୍ତି ।

ଗୋଟିଏ ବିଲ୍‌ରେ ଗୋଟିଏ ଦିନରେ ୫ ପାଞ୍ଚ ଟ୍ରିପ୍‌ ଲୁହା ଛଡ଼ ବିକ୍ରି କରିବା ହେଉ, କିମ୍ବା ସ୍ବଳ୍ପ ରିହାତିର ଲୋଭ ଦେଖାଇ  ବିନା ବିଲ୍‌ରେ ଗ୍ରାହକଙ୍କୁ ମାଲ୍‌ ଯୋଗାଇବା ହେଉ, ସଂପୃକ୍ତ ସଂସ୍ଥାଗୁଡ଼ିକ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ତାଙ୍କର କଳା କାରବାର ଚଳାଇଥିଲେ, ସେତେବେଳେ ସେମାନଙ୍କ ମୁଖା ଖୋଲିଦେଇଥିଲା ନ୍ୟୁଜ୍‌ 7 । ଆଉ ନ୍ୟୁଜ୍‌ 7ର ଖୁଲାସା ପରେ ଯେତେବେଳେ କମର୍ସିଆଲ୍‌ ଟ୍ୟାକ୍ସ ଓ ଜିଏସଟି ଅଧିକାରୀ ଖୋଳତାଡ଼ ଆରମ୍ଭ ହୋଇଛି ସେତେବେଳେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.