ଇସ୍ରୋ ପାଇଁ ଇତିହାସର ଦିନ; ଶ୍ରୀହରିକୋଟାରୁ ଲଞ୍ଚ୍ ହେବ INSAT-3DS

Published By : Prameya-News7 Bureau | February 17, 2024 IST

ବିଶାଖାପାଟନାମ୍; ଇସ୍ରୋ ଲଞ୍ଚ୍ କରିବ ଭାରତର ସବୁଠୁ ଆଡଭାନ୍ସଡ୍ ସାଟେଲାଇଟ୍ । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DSକୁ ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ ଜିଏସ୍‌ଏଲ୍‌ଭି ଏଫ୍‌ ୧୪ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯିବ । ଏଥିରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ୩ଟି ବଡ଼ ଉପଲବ୍ଧି ହାସଲ କରିବ । ଏହା ଜିଏସ୍‌ଏଲ୍‌ଭିର ୧୬ତମ ଏବଂ ସ୍ୱଦେଶୀ କ୍ରାୟୋ ଷ୍ଟେଜ୍‌ର ୧୦ମ ଉଡ଼ାଣ ।  ସ୍ୱଦେଶୀ କ୍ରାୟୋ ଷ୍ଟେଜ୍‌ର ଏହା ୭ମ ଅପରେସନାଲ୍‌ ଉଡ଼ାଣ  ହେବ । ଭୂପୃଷ୍ଠ, ସମୁଦ୍ର, ପାଣିପାଗ ଓ ଆପାତକାଳ  ସିଗ୍‌ନାଲ ସିଷ୍ଟମ୍‌ର ତଥ୍ୟ ପ୍ରଦାନ କରିବା ଏହି  ଉପଗ୍ରହର ମୁଖ୍ୟ ଉଦ୍ଦେଶ୍ୟ ।

wp:html /wp:html

ଜିଏସ୍‌ଏଲ୍‌ଭି-ଏଫ୍‌୧୪ ରକେଟ୍‌ ଇନ୍‌ସାଟ୍‌-୩ଡିଏସ୍‌  ସାଟେଲାଇଟ୍‌କୁ ଉତ୍‌କ୍ଷେପଣର ପ୍ରାୟ ୧୮ ମିନିଟ୍‌ ପରେ ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇବ । ଏହି  ସାଟେଲାଇଟ୍‌ ୧୭୦ କିମି ପେରିଜି ଓ ୩୬୬୪୭ କି.ମି. ଆପୋଜି  ଯୁକ୍ତ ଅଣ୍ଡାକାର ଜିଟିଓ କକ୍ଷରେ ପରିକ୍ରମା କରିବ । ସାଟେଲାଇଟ୍‌ର ମୋଟ୍‌ ଓଜନ ୨୨୪୭ କିଲୋଗ୍ରାମ୍ । ଆର୍ଥ ସାଇନ୍ସ ମନ୍ତ୍ରାଳୟ ଏହାର ନିର୍ମାଣ ଲାଗି ପାଣ୍ଠି ପ୍ରଦାନ କରିଛି । ଏଥିରେ ୬  ଚ୍ୟାନେଲ ଇମେଜର ଓ ୧୯ ଚ୍ୟାନେଲ ସାଉଣ୍ଡର  ମେଟେରୋଲୋଜି ପେଲୋଡ୍‌ ଲାଗିଛି।

{"id":910048,"sizeSlug":"full","linkDestination":"none"}

ଇନ୍‌ସାଟ୍‌-୩ ସିରିଜ୍‌ର ସାଟେଲାଇଟ୍‌ରେ ପୂର୍ବରୁ  ୬ ଭିନ୍ନ ଭିନ୍ନ ପ୍ରକାର ଜିଓଷ୍ଟେସନାରୀ ସାଟେଲାଇଟ୍‌  ଅଛି । ଇନ୍‌ସାଟ୍‌-୩ଡିଏସ୍‌ ସପ୍ତମ ସାଟେଲାଇଟ୍‌ ।  ଇନ୍‌ସାଟ ସିରିଜ୍‌ ପୂର୍ବର ସମସ୍ତ ସାଟେଲାଇଟ୍‌କୁ ୨୦୦୦ ରୁ ୨୦୦୪ ମସିହା ମଧ୍ୟରେ ଲଞ୍ଚ୍‌ କରାଯାଇଥିଲା ।  ସେଗୁଡ଼ିକ ଜରିଆରେ ସଂଚାର, ଟିଭି ବ୍ରଡ୍‌କାଷ୍ଟ ଓ  ପାଣିପାଗ ସମ୍ବନ୍ଧୀୟ ତଥ୍ୟ ମିଳୁଥିଲା । ଏଗୁଡ଼ିକରେ  ୩ଏ, ୩ଡି ଓ ୩ଡି ପ୍ରାଇମ୍‌ ସାଟେଲାଇଟ୍‌ ନିକଟରେ  ପାଣିପାଗ ସମ୍ବନ୍ଧୀୟ ଯନ୍ତ୍ର ଲାଗିଛି ।  ଏ ସମସ୍ତ ଯନ୍ତ୍ର ଭାରତ ଓ ତା’ର ଆଖପାଖରେ  ହେଉଥିବା ପାଣିପାଗ ପରିବର୍ତ୍ତନକୁ ସଠିକ୍‌ ଓ  ସମୟ ପୂର୍ବରୁ ସୂଚନା ଦେଉଛନ୍ତି । ଏ ସମସ୍ତ  ସାଟେଲାଇଟ୍‌ ଭାରତ ଓ ତା’ର ଆଖପାଖ ଅଞ୍ଚଳରେ  ସଂଚାର ଓ ପାଣିପାଗ ସମ୍ବନ୍ଧୀୟ କୌଶଳ ବିକାଶରେ ସାହାଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.