୩ ହଜାର ଟନ୍ ସୁନା ନେଇ ଆଶଙ୍କା ପ୍ରକାଶ କଲା ଜିଏସଆଇ, କହିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ସୁନାର ପରିମାଣ

Published By : Prameya-News7 Bureau | February 23, 2020 IST

ଲକ୍ଷ୍ନୌ ୨୩।୦୧: ସୋନଭଦ୍ରରେ ୩ ହଜାର ୩୫୦ ଟନ୍  ନୁହେଁ, ମାତ୍ର ୧୬୦ କେଜି ସୁନା ମିଳିବ । ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ସୋନ ପାହାଡ଼ି ଏବଂ ହରଦୀ ପାହାଡ଼ରୁ ବିପୁଳ ପରିମାଣର ସୁନା ମିଳିବା ଖବରରେ ପୂର୍ଣ୍ଣଚ୍ଛେଦ ଟାଣିଲା ଜିଏସଆଇ । ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଏହି ଦୁଇ ପାହାଡ଼ରୁ ୩ ହଜାର ୩୫୦ ଟନ୍ ନୁହେଁ, ମାତ୍ର ୧୬୦ କିଲୋଗ୍ରାମ ସୁନା ମିଳିବ ବୋଲି କହିଛି ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ।

{"id":227945,"sizeSlug":"large"}

ଏହା ସହିତ ସୋନଭଦ୍ର ଜିଲ୍ଲା ଖଣି ଅଧିକାରୀଙ୍କ ଦାବିକୁ ଜିଏସଆଇ ଖାରଜ କରିଛି। ସୋନଭଦ୍ରରେ ୩ ହଜାର ୩୫୦ ଟନ୍  ସୁନା ମିଳିବାର କୌଣସି ସୂଚନା ନ ଥିବା ଜିଏସଆଇ କହିଛି। କୋଲକାତାସ୍ଥିତ ଜିଏସଆଇର ମହାନିର୍ଦେଶକ ଏମ. ଶ୍ରୀଧର କହିଛନ୍ତି, ଜିଏସଆଇ ପକ୍ଷରୁ ଏଭଳି ତଥ୍ୟ କାହାକୁ ଦିଆଯାଇ ନାହିଁ। ସୋନଭଦ୍ରରେ ଏତେ ସୁନା ଗଚ୍ଛିତ ଥିବା ଜିଏସଆଇ କେବେ ଆକଳନ କରିନାହିଁ। ସେ କହିଛନ୍ତି, ରାଜ୍ୟ ୟୁନିଟ ସହିତ ସର୍ଭେ କରିବା ପରେ ଆମେ କୌଣସି ଧାତୁ ମିଳିବା ନେଇ ତଥ୍ୟ ଦେଇନାହୁଁ।

{"id":227263,"sizeSlug":"large"}

 ଜିଏସଆଇର ଉତ୍ତରାଞ୍ଚଳ ପକ୍ଷରୁ ଏହି ଅଞ୍ଚଳରେ ୧୯୯୮-୯୯ରେ ଏବଂ ୧୯୯୯-୨୦ରେ ଖନନ କରାଯାଇଥିଲା। ଏହି ରିପୋର୍ଟକୁ ଉତ୍ତରପ୍ରଦେଶ ଡିଜିଏମଙ୍କୁ ଦିଆଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ସୋନଭଦ୍ରରେ ୫୨୮୦୬.୨୫ ଟନ୍  ଧାତୁ ଗଚ୍ଛିତ ଥିବା ସମ୍ଭାବନା ରହିଛି। ପ୍ରତି ଟନ୍  ଧାନୁ ପିଛା ୩.୦୩ ଗ୍ରାମର ସୁନା ଉତ୍ତୋଳନ କରାଯାଇ ପାରିବ। ଏହାକୁ ଆକଳନ କରାଗଲେ ୫୨୮୦୬.୨୫ ଟନ୍  ଧାତୁରୁ ପାଖାପାଖି ୧୬୦ କିଲୋଗ୍ରାମ ସୁନା ମିଳିବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୩୩୫୦ ଟନ୍  ସୁନା ମିଳିବ ନାହିଁ । ସୋନଭଦ୍ର ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁନାର ସନ୍ଧାନ ଜାରି ରହିଛି । ଜିଏସଆଇ ପକ୍ଷରୁ ସର୍ଭେ ଜାରି ରହିଛି । ତେବେ ସର୍ଭେ ହେଉଥିବା ସ୍ଥାନରେ ଆହୁରୀ ଅଧିକ ସୁନା ମିଳିପାରେ ବୋଲି ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଆଧାରରେ କେବଳ ୧୬୦ କିଲୋ ସୁନା ମିଳିବ ।

{"id":227947,"sizeSlug":"large"}

କୋଲକାତାସ୍ଥିତ ଜିଏସଆଇର ମହାନିର୍ଦେଶକ ଏମ. ଶ୍ରୀଧର କହିଛନ୍ତି ଯେ, ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କ ଠାରୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯବ । ତେବେ ସମସ୍ତଙ୍କ ଆଲୋଚନା ଓ ରିପୋର୍ଟ ପରେ ଖଣି ନିଲାମ ପାଇଁ ଟେଣ୍ଡର କରାଯିବ । ସୋନଭଦ୍ର ଅଞ୍ଚଳରେ ସୁନା ଥିବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ୧୫ଦିନ ଧରି ହେଲିକପ୍ଟର ଜରିଆରେ ଏରିୟଲ୍‌ ସର୍ଭେ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.