ଗ୍ୟାସ୍ ପାଇପଲାଇନ୍ ଖାଲରେ ପଡି ବୃଦ୍ଧ ମୃତ, ଥାନାରେ ଅଭିଯୋଗ

Published By : Prameya-News7 Bureau | October 07, 2021 IST

ଭୁବନ ୦୭/୧୦: ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ବିଛା ହୋଇଛି ଗ୍ୟାସ ପାଇପ ଲାଇନ ।  ଏଥିପାଇଁ ଖୋଳାଯାଇଛି ଦଶ ପନ୍ଦର ଫୁଟର ଖାଲ । କିନ୍ତୁ ଏହି ପାଇପ ଲାଇନର ଖାଲରେ ପଡି କେତେବେଳେ ଜୀବଜନ୍ତୁଙ୍କ ଜୀବନ ଚାଲିଯାଉଛି ତ କେତେବେଳେ ମଣିଷ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା  କିଙ୍ଗୋଳ ଗ୍ରାମରେ ।

ସୂଚନାନୁସାରେ, କିଙ୍ଗୋଳ ଗ୍ରାମର ଅନନ୍ତ ରାଉତ ୭୬ ବର୍ଷ ବଡି ଭୋରୁ ଗ୍ରାମ ନିକଟ ଧାନବିଲକୁ ଷଣ୍ଢ ତଡିବାକୁ ଯାଇ ଫେରିନଥିଲେ ।  ଅନନ୍ତ ରାଉତଙ୍କର ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ନିଜ ଧାନ ବିଲ ନିକଟ ଦେଇ ଯାଇଥିବା ଗେଲ୍ ଇଣ୍ଡିଆ ପାଇପ ଲାଇନ ପାଇଁ ଖୋଳାଯାଇଥିବା ଗଭୀର ଗାତରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । 

ପରେ ପରିବାର ଲୋକେ ଗେଲ୍ ଇଣ୍ଡିଆ ନାମରେ  ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏବଂ ଅନନ୍ତ ରାଉତଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ପାଇଁ ଦାବି ହେଉଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.