Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭିଜିଲାନ୍ସ ଜାଲରେ ଜିଆରଏସ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

8/09/2023 at 3:09 PM

ନୂଆପଡା ୮।୯: ଲାଞ୍ଚ ନେବା ବେଳେ ଧରାପଡିଲେ ପଞ୍ଚାୟତ ଜିଆରଏସ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ଲାଞ୍ଚ ନେଇ ଧରାପଡିଛନ୍ତି । ଟଙ୍କା ନେଉଥିବା ସମୟରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ କୋରାପୁଟ ଭିଜିଲାନ୍ସ ଟିମ୍ ଗିରଫ କରିଛି ।

ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଜିଆରଏସ ଓ ଅନ୍ୟ ଜଣେ ସହଯୋଗୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରୀ ସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ ଜଣେ ସହଯୋଗୀ କଳାକାନ୍ତ ପ୍ରଧାନ ।

ମନରେଗା କାମର ମାଷ୍ଟର ରୋଲ୍ ତିଆରି କରିବା ସହ ଟଙ୍କା ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । ଯେଉଁଥି ପାଇଁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସ୍ବାମୀ । ଯୋଜନା ବଦ୍ଧ ଭାବେ ଟଙ୍କା ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି ।

You Can Read :

   Related Posts