୫୯ ଦିନ ହେଲା ଧାରଣା ଦେଇଛି ଗ୍ରାମ ରୋଜଗାର ସଂଘ : ୧୪ ତାରିଖରେ ସରକାର କରିବେ ଆଲୋଚନା

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨/୧:ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀ ରାଜରାସ୍ତାରେ ୫୯ ଦିନ ହେଲା ଧାରଣା ଦେଇଛି ଗ୍ରାମ ରୋଜଗାର ସଂଘ । ସେପଟେ କିନ୍ତୁ ଆନ୍ଦୋଳନରତ ଜିଆରଏସମାନଙ୍କୁ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ । ଆସନ୍ତା ୧୪ ତାରିଖରେ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

{"id":73253}


ଦାବି ଶୁଣିଲେନି କିନ୍ତୁ ଚାକିରିରୁ ବିଦା କରିଦେଲେ । ଆନ୍ଦୋଳନରତ ଗ୍ରାମ ରୋଜଗାର ସେବକ ବା ଜିଆରଏସମାନଙ୍କ ବିରୋଧରେ ଏମିତି କିଛି ଆକ୍ସନ ନେଇଛନ୍ତି ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ । ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୫୯ ଦିନ ହେଲା ରାଜଧାନୀର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଏମାନେ । ଏମାନଙ୍କ ଧାରଣା ଲାଗି ପଞ୍ଚାୟତ ସ୍ତରରେ ସରକାରୀ କାମ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ବିଗିଡ଼ିଛନ୍ତି ସରକାର । ଆଉ ଚାକିରିରୁ ବିଦା ବି କରି ଦେଇଛନ୍ତି । ଯାହାକୁ କଡ଼ା ନିନ୍ଦା କରିଛି ସଂଘ । ତୁରନ୍ତ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ଦାବି ମାନି ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

{"id":73254}


ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଗ୍ରାମ ରୋଜଗାର ସେବକ ଧାରଣାସ୍ଥଳରେ ବସି ରହିଛନ୍ତି । ଦିନ ରାତି ଏକ୍ କରି ନିଜ ଦାବି ଲାଗି ନାରାବାଜି କରୁଛନ୍ତି । ସଂଘର କହିବା କଥା, କିଏ ୧୦ ବର୍ଷ ତ କିଏ ୧୨ ବର୍ଷ କାମ କଲାଣି । ସ୍ବଳ୍ପ ଦରମାରେ କାମ କରିବା ଆଉ ସମ୍ଭବ ନୁହେଁ । ତେଣୁ ସରକାର ସେମାନଙ୍କୁ ନିୟମିତ କରନ୍ତୁ । ସେପଟେ ପୂରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାତ ମନ୍ତ୍ରୀ ରମେଶ ମାଝୀ । ଆସନ୍ତା ୧୪ରେ ସରକାର ଓ ସଂଘ ମଧ୍ୟରେ ବୈଠକ ବସିବ ବୋଲି ସେ କହିଛନ୍ତି ।

{"id":73256}


ଏମାନଙ୍କ ଦାବି ନେଇ ସରକାରୀ ସ୍ତରରେ ବାରମ୍ବାର ପ୍ରତିଶ୍ରୁତି ଦିଆ ଯାଇଥିଲେ ବି ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଏଥର ଦାବି ପୂରଣ ନ ହେବା ଯାଏ ରାଜଧାନୀ ଛାଡ଼ିବେନି ବୋଲି ସଂଘ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.