ରାସ୍ତାକଡ଼ରୁ ମିଳିଲା ଜିଆର୍‌ଏସ୍‌ଙ୍କ ମୃତଦେହ, କୌଣସି କାମରେ ପାଖ ଗାଁ ଯାଇଥିଲେ

Published By : Prameya-News7 Bureau | November 23, 2023 IST

କୁଚିଣ୍ଡା ୨୩।୧୧ : ରାସ୍ତା କଡ଼ରୁ ଜିଆର୍‌ଏସ୍‌ଙ୍କ ମୃତଦେହ ଠାବ । ସମ୍ବଲପୁର ନାକଟିଦେଉଳ ଥାନା ଘୋଷରାମାଳ-ରାଇଲ ରାସ୍ତାରୁ ଠାବ ହୋଇଛି ମୃତଦେହ । ମୃତ ଜିଆର୍‌ଏସ୍‌ଙ୍କ ନାମ ପ୍ରଦ୍ୟୁମ୍ନ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

wp:embed {"url":"https://www.prameyanews7.com/hanging-body-of-lady-constable-was-recovered-from-the-quarters-in-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hanging-body-of-lady-constable-was-recovered-from-the-quarters-in-boudh/
/wp:embed

ଖବର ଅନୁଯାୟୀ, ବୁଧବାର ଦିନ ଜିଆରଏସ କୌଣସି କାମରେ ବାଇକ ଯୋଗେ ଧାତୁକିମାଲ ଅଞ୍ଚଳକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ତାଙ୍କ ମୃତଦେହ ପଡ଼ିଥିବା ଜଣାପଡିଥିଲା l ମୃତକଙ୍କ ଘର ନାକଟିଦେଉଳ ହୋଇଥିବା ବେଳେ ସେ ନକଟିଦେଉଳ ବ୍ଲକରେ କାମ କରୁଥିଲେ l ତାଙ୍କୁ ଘୋଷରାମଳ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏବେ ତାଙ୍କ ମୃତଦେହ ମିଳିଛି । ହେଲେ ଏବେ ଯାଏଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ।

wp:embed {"url":"https://www.prameyanews7.com/murder-case-in-area-of-north-east-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/murder-case-in-area-of-north-east-delhi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.