ପ୍ଲାଟ୍ଫର୍ମ ଛାତ ଉପରେ ଚଢ଼ିଥିବା ମାନସିକ ବିକୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍
2/02/2023 at 11:26 PM

ବ୍ରହ୍ମପୁର: ରେଳ ଷ୍ଟେସନ ପ୍ଲାଟ୍ଫର୍ମ ଛାତ ଉପରେ ଦୀର୍ଘ ସମୟ ଧରି ଚଢ଼ି ଏପାଖ ସେପାଖ ବୁଲୁଥିଲା ଯୁବକ। ଦୀର୍ଘ ସମୟର ଯୋଜନା କରିବା ପରେ ଉଦ୍ଧାର କଲା ପୁଲିସ। ବ୍ରହ୍ମପୁର ରେଳ ଷ୍ଟେସନ ପ୍ଲାଟଫର୍ମର ଏଭଳି ଘଟଣା ଘଟିଛି। ଜଣେ ମାନସିକ ବିକୃତ ଯୁବକ ଦୀର୍ଘ ସମୟ ଧରି ପ୍ଲାଟ୍ଫର୍ମର ଟିଣ ଉପରେ ଚଢ଼ି ଏପାଖ ସେପାଖ ହେଉଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଆତ୍ମହତ୍ୟା ଆଶଙ୍କାରେ ଭୟଭୀତ ହୋଇଯାଇଥିଲେ।
କାଳେ ଯୁବକ ଆତ୍ମହତ୍ୟା କରିଦେବେ ଏଥିପାଇଁ ସମସ୍ତଙ୍କ ନଜର ଉକ୍ତ ଯୁବକଙ୍କ ଉପରେ ରହିଥିଲା। ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ଘଟଣା ସ୍ଥଳରେ ଜିଆରପି ପୁଲିସ ସମେତ ଅଗ୍ନିଶ୍ରମ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ପରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି ବୋଲି ଜିଆରପି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।