ଖେଳ ପଡିଆ କାମକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ : ଉଭୟ ପକ୍ଷର ୭ ଗୁରୁତର, ଥାନାରେ ମାମଲା

Published By : Prameya-News7 Bureau | May 16, 2021 IST

ଭଦ୍ରକ ୧୬/୫: ଧୂସୁରି ଥାନା ଗୋଡିପୋଖରୀ ଗାଁରେ ଖେଳ ପଡିଆକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗଣ୍ଡଗୋଳରେ ଉଭୟ ପକ୍ଷର ୭ଜଣ ଗୁରୁତର ହୋଇଛନ୍ତି । ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହେବା ପରେ ଦୁଇ ଜଣଙ୍କୁ ଥାନା ରେ ଅଟକ ରଖିଛି ପୋଲିସ । ସୂଚନାଥାଉକି, ଭଦ୍ରକ ଧୂସୁରି ଥାନା ଗୋଡିପୋଖରୀ ଗାଁ ର ଏକ ଖେଳ ପଡିଆ କାମ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରାୟ ୨ ଲକ୍ଷ ଟଙ୍କାର କାମ କରିବା ପରେ ବିବାଦ ଘନେଇଥିଲା । ସ୍ଥାନୀୟ କେତେକ ଯୁବକ ପଡିଆ ଜମିକୁ ମାପ କରିବା ପାଇଁ କହିଥିଲେ । ପରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟ ପକ୍ଷର ସଂଘର୍ଷରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.