୮ କୋର ସେକ୍ଟରର ଅଭିବୃଦ୍ଧି ୯.୩ ପ୍ରତିଶତରୁ ବଢି ହେଲା ୧୮.୧%, କୋଇଲା ଉତ୍ପାଦନରେ ବୃଦ୍ଧି ରେକର୍ଡ

Published By : Prameya-News7 Bureau | June 30, 2022 IST

ନୂଆଦିଲ୍ଲୀ: ସରକାର ଗୁରୁବାର ୮ କୋର ସେକ୍ଟେରର ଉଣ୍ଡଷ୍ଟ୍ରିଜ ଗ୍ରୋଥ ପରିସଂଖନ ଜାରି କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଡାଟା ଅନୁସାରେ କୋର ଇଣ୍ଡଷ୍ଟ୍ରିଜ ଅଭିବୃଦ୍ଧି ୯.୩ ପ୍ରତିଶତରୁ ବଢି ୧୮.୧ ପ୍ରତିଶତ ହୋଇଛି । ଏହାଛଡା କୋଇଲା ଉତ୍ପାଦନରେ ମାସିକ ଆଧାରରେ ବୃଦ୍ଧି ୨୫.୧ ପ୍ରତିଶତ ହୋଇଛି।

ତେବେ ଏପ୍ରିଲ-ମେ କୋର ଇଣ୍ଡଷ୍ଟ୍ରିଜ ଅଭିବୃଦ୍ଧି ଦୁର୍ବଳ ଥିଲା ଏବଂ ଏହା ହ୍ରାସ ହୋଇ ୧୩.୬ ପ୍ରତିଶତ ଥିଲା। ବାର୍ଷିକ ଆଧାରର ପରିସଂଖ୍ୟନକୁ ତୁଳନା କଲେ ଏପ୍ରିଲ-ମେ କୋର ଅଭିବୃଦ୍ଧି ୩୬.୩ ପ୍ରତିଶତରୁ ହ୍ରାସ ହୋଇ ୧୩.୬ ପ୍ରତିଶତକୁ ଖସିଥିଲା।

ଭିନ୍ନ-ଭିନ୍ନ ସେକ୍ଟରର ସରକାରୀ ଡାଟା ଅନୁସାରେ କୋଇଲା ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଛି । ମାସିକ ଆଧାରରେ କୋଇଲା ଉତ୍ପାଦନ ବଢି ୨୫.୧ ପ୍ରତିଶତ ହୋଇଛି । ଅନ୍ୟପଟେ ଅଶୋଧିତ ତୈଳ ଉତ୍ପାଦନରେ ମଧ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହା ମାସିକ ଆଧାରରେ ୦.୯ ପ୍ରତିଶତରୁ ବଢି ୪.୬ ପ୍ରତିଶତ ହୋଇଛି ।

ଚଳିତ ଥର ରିଫାଇନରୀ ଉତ୍ପାଦନ ଏବଂ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଡାଟା ଅନୁସାରେ ମାସିକ ଆଧାରରେ ରିଫାଇନରୀ ଉତ୍ପାଦନ ୯.୨ ପ୍ରତିଶତ ବଢି ୧୬.୭ ପ୍ରତିଶତରେ ପହଞ୍ଚିଛି । ସେହିପରି ପ୍ରାକୃତିକ ଗ୍ୟାସ ଉତ୍ପାଦନ ୬.୪ ପ୍ରତିଶତରୁ ବଢି ୭ ପ୍ରତିଶତ ହୋଇଛି।

ସେହିପରି ଇସ୍ପାତ ଉତ୍ପାଦନରେ ମଧ୍ୟରେ ଅଭିବୃଦ୍ଧି ଘଟିଛି । ଚଳିତ ଥର ଷ୍ଟିଲ ଉତ୍ପାଦନ ମାସିକ ଆଧାରରେ ୨.୨ରୁ ବଢି ୧୫ ପ୍ରତିଶତ ହୋଇଛି । ଅନ୍ୟପଟେ ସାର ଉତ୍ପାଦନରେ ମଧ୍ୟ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଚଳିତ ଥର ସାର ଉତ୍ପାଦନ ୮.୭ରୁ ପ୍ରାୟ ତିନି ଗୁଣା ବୃଦ୍ଧି ପାଇ ୨୨.୮ ପ୍ରତିଶତ ହୋଇଛି ।

ସେହିପରି ସେମେଣ୍ଟ ଉତ୍ପାଦନରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି । ସିମେଣ୍ଟ ଉତ୍ପାଦନରେ ମାସିକ ଆଧାରରେ ପ୍ରାୟ ୪ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ସିମେଣ୍ଟ ଉତ୍ପାଦନ ୭.୪ ପ୍ରତଶତରୁ ବଢି ୨୬.୩ ପ୍ରତିଶତ ହୋଇଛି । ଏହାଛଡା ଚଳିତ ଥର ବିଜୁଳି ଉତ୍ପାଦନରେ ଦୁଇ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ବିଜୁଳି ଉତ୍ପାଦନ ପ୍ରାୟ ଦୁଇ ଗୁଣା ବୃଦ୍ଧି ସହ ୧୧.୮ ପ୍ରତିଶତରୁ ୨୨ ପ୍ରତିଶତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.