ରୁଙ୍ଗଟା କାରଖାନା ବିରୁଦ୍ଧରେ ବଢୁଛି ଜନ ଅସନ୍ତୋଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କାରଖାନା କ୍ଷତିଗ୍ରସ୍ତ ଅଞ୍ଚଳବାସୀ

Published By : Prameya-News7 Bureau | February 06, 2023 IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡବନ୍ଧ ଅଂଚଳରେ ଗଢି ଉଠିଥିବା ରୁଙ୍ଗଟା କାରଖାନା ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ଅଂଚଳ ବାସୀ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ନେଇ ବାରମ୍ବାର ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଉଛନ୍ତି। ତେବେ ପ୍ରଶାସନର ନିଷ୍କ୍ରିୟତା ନେଇ ଏହି ଅଂଚଳ ବାସୀ ସୋମବାର ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ, ରୁଙ୍ଗଟା ମାଇନ୍ସ ପକ୍ଷରୁ ଗତ ୨୦୦୬ ମସିହାରେ ହିନ୍ଦୋଳ ବ୍ଲକର ଝାଡବନ୍ଧ ଠାରେ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା। ଫଳରେ କାରଖାନା ଯୋଗୁଁ ହିନ୍ଦୋଳ ବ୍ଲକର ଝାଡବନ୍ଧ, ଗାଲପଡା ଓ ତର୍କା ବେଡା ଗ୍ରାମ ସିଧାସଳଖ ପ୍ରଭାବିତ ହେବା ସହ ଲୋକ ମାନେ ସେମାନଙ୍କ ଜମି ଓ ଭିଟାମାଟି ହରାଇଥିଲେ।  ତେବେ କ୍ଷତିଗ୍ରସ୍ତ ଅଂଚଳ ବାସୀଙ୍କ ଅଭିଯୋଗ ମୁତାବକ ରୁଙ୍ଗଟା କାରଖାନା ଯୋଗୁଁ ଜମି ହରାଇଥିବା ସ୍ଥାନୀୟ ଝାଡ଼ ବନ୍ଧ, ଗାଲପଡା ଓ  ତର୍କାବେଡା ଆଦି ଗ୍ରାମ ବାସୀଙ୍କୁ କାରଖାନା ପକ୍ଷରୁ ନିଯୁକ୍ତି, ଶିକ୍ଷା ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା  କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।

{"id":742382,"sizeSlug":"large","linkDestination":"none"}

କିନ୍ତୁ ଜମି ନେବାର  ଇତି ମଧ୍ୟରେ୧୭ବର୍ଷ ବିତିଯାଇଥିଲେ ମଧ୍ୟ ନା ନିଯୁକ୍ତି, ନା ପାରିପର୍ଶ୍ଵକ ଉନ୍ନତି ଦିଗରେ କାରଖାନା କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । ପାଲାଟା କାରଖାନାର ନିର୍ଗତ ବର୍ଜ୍ୟବସ୍ତୁ ସବୁକୁ ଗାଁ ପୋଖରୀକୁ ଛାଡିବା ଯୋଗୁଁ ଦୂଷିତ ପରିବେଶ ସୃଷ୍ଟି କରୁଛି। ଏହା ସହ ଗାଁ ରାସ୍ତାକୁ ଖୋଲିଦେବା ଆଦି ସମସ୍ୟା ସୃଅତି କରୁଥିରୁ ବାରମ୍ଭାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ ହୋଇ ଆସୁଛି । ମାତ୍ର କାରଖାନା ହେଉ ବା ପ୍ରହସନ ହେଉ କେହି ଏହି ଅଂଚଳ ବାସୀଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି। 

ଏପରିକି ଏ ସମ୍ପର୍କରେ ଗତ ୧୩ ବର୍ଷ ହେଲା ଆରପି ଡିଏସି  ବା ପାରିପାର୍ଶ୍ଵିକ ଉନ୍ନୟନ ଉପଦେଷ୍ଟା କମିଟିର କୋଉ ନଦୀ ବୈଠକ କାରାଯାଉ ନାହିଁ । ଫଳରେ ଅଞ୍ଚଳବାସୀ ଜମି ହରାଇ ନାନା ସମସ୍ୟାରେ ସନ୍ତୁଳିତ ହେଉଛନ୍ତି।  ସୁତରାଂ ଅଂଚଳ ବାସୀଙ୍କ ପକ୍ଷରୁ  ଯୋଗ୍ୟତା ମୁତାବକ ନିଯୁକ୍ତି, ନିଯୁକ୍ତି ବଂଚିତ ଲୋକଙ୍କୁ ମାସିକ ଭତା ଓ ପାରିପାର୍ଶିକ ଉନ୍ନତି ପାଇଁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏହା ପୁରାଣ ନହେଲେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ।

ଏ ଖବର ପଢନ୍ତୁ-

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.