ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଅପ ପ୍ରଚାର ପାଇଁ ଗୋଷ୍ଠୀ ସଂଘର୍ଷ; ଦୁଇ ଗୁରୁତର

7/03/2023 at 7:46 PM

ଢେଙ୍କାନାଳ ୦୭/୦୩: ଅପପ୍ରଚାର ବିବାଦରୁ ଗୋଷ୍ଠୀ ସଂଘର୍ଷ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଇଚ୍ଛାପୁର ଗାଁରେ ଏପରି ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗଲୁଅ ସାହିର ଦୁଇ ଭାଇ ବିଷ୍ଣୁ ପ୍ରସାଦ ଓ ମହେଶ୍ୱର ରାଉତ ଗୁରୁତର ହୋଛନ୍ତି। ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ କଟୁରି ଓ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣାପଡ଼ିଛି।

ଖବର ଅନୁସାରେ, ଉଭୟ ବିଷ୍ଣୁ ଓ ମହେଶ୍ୱର ବାହାରେ ରହି କାମ କରନ୍ତି। ତାଙ୍କ ନାଁରେ ଜଣେ ମହିଳାଙ୍କୁ ଯୋଡି ଗାଁର ପ୍ରେମାନନ୍ଦ ରାଉତଙ୍କ ପରିବାର ଅପପ୍ରଚାର କରିଥିଲେ। ତେଣୁ ଦୋଳ ପାଇଁ ଗାଁକୁ ଫେରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଉଭୟ  ପ୍ରେମାନନ୍ଦଙ୍କ ଘରକୁ ଯାଇ ପଚାରିବାରୁ ଝଗଡ଼ା ହୋଇଥିଲା। ଫଳରେ ଉଭୟ ପ୍ରେମାନନ୍ଦଙ୍କ ବିଷ୍ଣୁ ପ୍ରସାଦଙ୍କ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। 

ସଂଘର୍ଷ ବେଳେ ଅଭିଯୁକ୍ତ କଟୁରି, ଟାଙ୍ଗିଆ ଓ ଶାବଳ ଆଦିରେ ଆକ୍ରମଣ କରିଥିଲେ। ଏହା ପରେ ଆକ୍ରମଣ କାରୀମାନେ ଫେରାର ହୋଇ ଯାଇଛନ୍ତି। ଆକ୍ରମଣର ଶିକାର ବିଷ୍ଣୁପ୍ରସାଦଙ୍କ ପରିବାର ପକ୍ଷରୁ ଭାପୁର ଫାଣ୍ଡି ଓ ଥାନାରେ ଏନେଇ ଏତଲା ଦେଇଛନ୍ତି।  ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts