Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କମ୍ୟୁନିଟି ସେଣ୍ଟର ତିଆରିକୁ ନେଇ ଗୋଷ୍ଠୀ ସଂଘର୍ଷ; ଆଠ ଆହତ

12/03/2023 at 9:59 PM

ଭଦ୍ରକ ୧୨/୦୩: କମ୍ୟୁନିଟି ସେଣ୍ଟର ତିଆରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଫଳରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକର ଭଣ୍ଡାରିପୋଖରୀ ଥାନା ଅଧୀନ ଝୁଟୁଣା ହରିଜନ ସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଖବର ଅନୁସାରେ, ହରିଜନ ସାହିରେ ଏକ କମ୍ୟୁନିଟି ସେଣ୍ଟର ତିଆରି ହେଉଥିଲା। ସେହି ସମୟରେ ନିର୍ମାଣ ସ୍ଥାନ ଚିହ୍ନଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ପରେ ମାଡ଼ପିଟ୍‌ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ପକ୍ଷର ୮ ଜଣ ଆହତ ହୋଇ ଡାକ୍ତରଖାନର ଭର୍ତ୍ତି ହୋଇଛନ୍ତି। ଅନ୍ଯପଟେ ଉଭୟ ପକ୍ଷରୁ ଭଣ୍ଡାରିପୋଖରୀ ଥାନାରେ ଏତଲା ଦିଆଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।  

   Related Posts