ଚୋରା ମଦ ବିକ୍ରିକୁ ବିରୋଧ, ତାତିଲେ ମହିଳା ଗୋଷ୍ଠୀ
25/05/2023 at 4:17 PM

ନିମାପଡା ୨୫।୫: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧୀନ ବଡଶିରିବାଳା ପଞ୍ଚାୟତ ତୋରବାଙ୍ଗ ଗ୍ରାମରେ ତାତିଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ଗ୍ରାମରେ ୫ ବର୍ଷରୁ ଉର୍ଦ୍ଧ୍ବ ହେବ ଚାଲିଛି ଚୋରା ମଦ ବ୍ୟବସାୟ । ଦୁଇ ଜଣ ଗ୍ରାମବାସୀ ଏହି ବ୍ୟବସାୟ କରି ଗ୍ରାମର ବାସିନ୍ଦା ତଥା ଯୁବ ଗୋଷ୍ଠୀଙ୍କୁ ନିଶାଗ୍ରସ୍ତ କରାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅନେକ ଥର ଅଭିଯୋଗ ପରେ ମଧ୍ୟ ଏହି ଦୁଇ ବେପାରୀ ତାଙ୍କ ବ୍ୟବସାୟକୁ ଚଳାଇଥିଲେ । ଗ୍ରାମରେ ବାରମ୍ବାର ଘରୋଇ ହିଂସା ପରେ କ୍ଷତିଗ୍ରସ୍ତ ମହିଳାମାନେ ଏହା ପଛରେ ମଦର ହାତ ଥିବା ଅନୁଭବ କରି ଗ୍ରାମର ଦୁଇ ଚୋରା ବ୍ୟବସାୟୀଙ୍କୁ ଆଟକ ରଖିବା ସହ ତାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ଏହି ବ୍ୟବସାୟ ବନ୍ଦ କରାନଗଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।