ବିଧବା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଥାନା ଘେରାଉକଲେ ଶତାଧିକ ମହିଳା
16/06/2019 at 3:34 PM

ଭଞ୍ଜନଗର ୧୬|୬: ଗଞ୍ଜାମ ଜିଲ୍ଲା ବଡଗଡ ସହରରେ ଥିବା ବିଧବା ମହିଳା ସୁଚିତ୍ରା ପ୍ରଧାନଙ୍କ ପଡୋଶୀ ରାଜେନ୍ଦ୍ର ମହାରଣା ବାରମ୍ବାର ଅତ୍ୟାଚାର କରି ଆସୁଥିଲେ । ଘରର କାନ୍ଥ ଭାଙ୍ଗିବା ସହିତ ବିଧବା ମହିଳାଙ୍କ ଘରକୁ ସିସିଟିଭି ଲଗାଇବା ପରି ଘଟଣା ଘଟାଇଥିଲେ । ଏନେଇ ପୋଲିସ ପାଖରେ ଅଭିଯୋଗ କରିଆସୁଥିଲେ ବିଧବା ମହିଳା ଜଣକ । ହେଲେ ପ୍ରଶାସନ ଗୁହାରି ଶୁଣିଲା ନାହିଁ ଥାନାଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଆସୁଥିଲେ ଶେଷରେ ବଡଗଡର ଏସଏଚଜି ଗ୍ରୁପ ମହିଳାମାନେ ଏକତ୍ରିତ ହୋଇ ବିଧବା ମହିଳାଙ୍କୁ ସହଯୋଗର ହାତ ବଢ଼େଇଲେ ।

ଆଜି ସମସ୍ତ ଏସଏଚଜି ଗ୍ରୁପ ମହିଳା ମାନେ ଏକତ୍ରିତ ହୋଇ ରାଜେନ୍ଦ୍ର ମହାରଣାକୁ ଗିରଫ ଦାବିରେ ରାସ୍ତାରୋକ କରିବା ସହିତ ଥାନା ଘେରାଉ କରିଥିଲେ । ରାଜେନ୍ଦ୍ର ମହାରଣାଙ୍କ ପୁଅ ଦୀପକ ମହାରଣାକୁ ପୋଲିସ ଥାନାରେ ଅଟକ ରଖିବା ସହ ବିଧବା ମହିଳାଙ୍କ କାନ୍ଥ ତିଆରି ସହିତ ଯାହା କିଛି କ୍ଷତି ହୋଇଛି ସବୁ ତିଆରି କରିବାର ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ଧାରଣାରୁ ଓହରିଥିଲେ ।