ନୀଳଗିରିରେ ଜନବସତି ମୁହାଁ କୁଲଡିହା ଓ ଝାଡଖଣ୍ଡୀ ହାତୀ ପଲ
24/09/2018 at 12:23 PM

ବାଲେଶ୍ବର ୨୪|୯: ନୀଳଗିରିରେ ହାତୀ ଆତଙ୍କ । କିଛି ଦିନ ହେଲା ନୀଳଗିରି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି କୁଲଡିହା ଓ ଝାଡଖଣ୍ଡୀ ହାତୀ ପଲ । ହାତୀ ଭୟରେ ଗଛ ଉପରେ ପିଲା ଛୁଆ ଧରି ଆଶ୍ରୟ ନେଇଛନ୍ତି ଲୋକେ। ଏପରିକି ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଲେଣି । ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଫଳରେ ଗଛ ଉପରେ ମଞ୍ଚା କରି ଧାନ ଫସଲ ଜଗୁଛନ୍ତି ଲୋକେ । ବନ ବିଭାଗକୁ ବାରମ୍ବାର କହିବା ସତ୍ତ୍ବେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023