ପାଟଣା ରେଞ୍ଜରେ ମାତିଲେ ଗଜରାଜ୍, ନଷ୍ଟ କଲେ ବ୍ୟାପକ ଫସଲ ଓ ଘର ଦ୍ୱାର

Published By : Prameya-News7 Bureau | September 07, 2023 IST

ପାଟଣା ୦୭/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ସପ୍ତାହ ଧରି ହାତୀପଲ ପାଟଣା ରେଞ୍ଜର ସାହାରପଡା ସେକ୍ସନ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି l ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ହେଉଛନ୍ତି । ହେଲେ ଭୟ ଭିତରେ ବି ହାତୀପଲଙ୍କ ଜଳକ୍ରୀଡାର ମନୋହର ଦୃଶ୍ୟ ଦେଖିବାକୁ ବିରଳ ନଦୀ ପାର୍ଶ୍ବରେ ଲୋକଙ୍କ ଭିଡ଼ ଜମୁଛି ।

wp:html /wp:html wp:embed {"url":"https://www.prameyanews7.com/elephant-fear-in-sundrgarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-fear-in-sundrgarh/
/wp:embed

ସଂଧ୍ୟା ହେଲେ ଲୋକଙ୍କୁ ହାତୀ ଭୟ ଘାରୁଛି । ବୁଧବାର ଦିନ ହାତୀପଲ ବିରଳ ନଦୀରେ ଜଳକ୍ରୀଡା କରିବା ପରେ ଏକର ଏକର ଧାନ ଓ କଖାରୁ ଚାଷ ନଷ୍ଟ କରି ମିରିଗିଖୋଜି ଗ୍ରାମରେ ଗୋଟିଏ ଘର ଭାଙ୍ଗିଛନ୍ତି ହାତୀପଲ । ହାତୀପଲଙ୍କ ଉପଦ୍ରବ ଏବେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଉବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.