ବିଳମ୍ୱିତ ରାତିରେ ମାତିଲେ ହାତୀପଲ: ମକା ଖାଇଲେ, ଦଳି ଚକଟି ଫସଲ ନଷ୍ଟ କଲେ

Published By : Prameya-News7 Bureau | September 29, 2021 IST

ନବରଙ୍ଗପୁର ୨୯/୦୯: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲ ମଧ୍ୟରେ ହାତୀ ପଲ । ପାଞ୍ଚ ଏକର ମକା ଫସଲ ନଷ୍ଟ । ଖାଇଲେ ଆଉ ଦଳିଲେ । ପ୍ରଥମ ଥର ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ପଲ । ଦୁଇଟି ଛୁଆ ସହ ୧୪ଟି ହାତୀ ପଡୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ ସଂଗ୍ରହୀତ ଜଙ୍ଗଲ ପଟୁ ନବରଙ୍ଗପୁର ଜିଲ୍ଲାରେ ପଶିଥିଲେ ।

ରାତି ପାଖାପାଖି ଦୁଇଟା ସମୟରେ ପଶି ଆସିଥିଲେ ହାତୀ ପଲ । ଦୁଇ ଘଣ୍ଟା କାଳ ମକା ଫସଲ ଖାଇବା ଓ ନଷ୍ଟ କରିବା ପରେ ହାତୀ ଗୁଡିକ ପୁଣି ଛତିଶଗଡ଼ ଜଙ୍ଗଲକୁ ଫେରି ଯାଇଥିବା ରାଇଘର ବନ ବିଭାଗ କହୁଛି । କିନ୍ତୁ ହାତୀ ପଲକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.