କରଞ୍ଜିଆ ବନଖଣ୍ଡରେ ୨୭ ଟିକିଆ ଝାଡଖଣ୍ଡୀ ହାତୀପଲ, ଲୋକେ ଆତଙ୍କିତ

Published By : Prameya-News7 Bureau | June 07, 2024 IST

କରଞ୍ଜିଆ ୦୭/୦୬: ଚମ୍ପୁଆ ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡକୁ ପ୍ରଵେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ । ଗୁରୁବାର ବିଳମ୍ବିତ ରାତିରେ ଏହି ୨୭ ଟିକିଆ ହାତୀପଲ ବୈତରଣୀ ନଦୀ ପାର ହୋଇ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡର ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇଥିବା ସୂଚନା ମିଳିଛ । 

ହାତୀ ଆସିବା ଫଳରେ ଆଖପାଖ ୧୫ଟି ଗ୍ରାମରେ ଆତଙ୍କ ଖେଳିଯାଇଛି । ତେବେ ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖିବା ସହିତ ଗ୍ରାମବାସୀଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରିବା ସହ ଜଙ୍ଗଲକୁ ନଯିବା ପାଇଁ ଅବଗତ କରାଇଛି । ସେପଟେ ହାତୀ ଦେଖିଲେ ତୁରନ୍ତ ବନବିଭାଗକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି । ତେବେ ବର୍ତ୍ତମାନ ହାତୀମାନେ ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇ ଥିବା ବନବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.