କୋଠ ଘରକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ; ୭ ଆହତ
14/09/2022 at 11:24 PM

ଆନନ୍ଦପୁର ୧୪/୦୯: କୋଠ ଘରକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ୭ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ଯ ୩ ଜଣଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ଅନୁସାରେ ଗାଁରେ ଥିବା କଠୋଘରେ ଗୋଟିଏ ପକ୍ଷର ଯୁବତୀମାନେ ଖୁଦୁରୁକୁଣି ଓଷା କରିଥିଲେ।
ଓଷା ସରିବାପରେ ସେଠାରେ କିଛି ସାମଗ୍ରୀ ଥିବାରୁ ଯୁବତୀମାନେ ତାକୁ ଚାବି ପକାଇ ରଖିଥିଲେ। ତେବେ ମଙ୍ଗଳବାର ପ୍ରତିପକ୍ଷ ଗୋଷ୍ଠୀ ଚାବି ମାଗିବାରୁ ଉଭୟ ପକ୍ଷ ମଧ୍ଯରେ ଝଗଡ଼ା ହୋଇଥିଲା। ବୁଧବାର ସନ୍ଧ୍ଯାରେ ଏହି ଘଟଣାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ଯରେ ସଂଘର୍ଷ ହୋଇଥିଲା।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023