ପଦ୍ମକେଶରପୁରରେ ୨ ଗୋଷ୍ଠୀ ମୁହାଁମୁହିଁ, ବୋମାମାଡ଼ରେ ଏକାଧିକ ଆହତ, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | July 06, 2024 IST

ଭୁବନେଶ୍ବର: ପଦ୍ମକେଶରପୁରରେ ୨ ଗୋଷ୍ଠୀ ମୁହାଁମୁହିଁ। ପୁଣି ଅଶାନ୍ତ ହୋଇଛି ଭୁବନେଶ୍ବର ଉପକଣ୍ଠ ପଦ୍ମକେଶରପୁର। ଗାଁରେ ଦୁଇ ସାହି ମଧ୍ୟରେ ହୋଇଥିବା ସଂଘର୍ଷରେ ଏକାଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ମଞ୍ଚେଶ୍ବର, ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ଉଦ୍ୟମ କରୁଥବାବେଳେ, ଏବେବି ଉତ୍ତେଜନା ଲାଗି ରହିଛି। 

ଉଲ୍ଲେଖଯୋଗ୍ୟ ଯେ, କିଛି ମାସର ନୀରବତା ପରେ ପୁଣି ଅଶାନ୍ତ ହୋଇଉଠିଛି ପଦ୍ମକେଶରପୁର। ଗାଁରେ ବୁଲୁଛି ଖଣ୍ଡା, ଭୁଜାଲି, ଫୁଟୁଛି ବୋମା। ସ୍ଥିତି ଏପରି ହୋଇଛି ଯେ, ଲୋକେ ମୁଣ୍ଡରେ ହେଲମେଟ ଲଗାଇ ପରସ୍ପର ଉପରକୁ ପଥର ମାଡ଼ କରୁଛନ୍ତି। ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ଘରେ ରହିବାକୁ ବୁଝାଉଛି।

ସୂଚନାଥାଉକି, ଗତ ଏପ୍ରିଲ ମାସରେ ପଦ୍ମକେଶରପୁରର ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗାଁରେ ଗୋଷ୍ଠି ସଂଘର୍ଷ ହୋଇଥିଲା। ସୁଧ କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।  ବୋମାମାଡ଼, ପଥରମାଡ଼ ଆହତ ହୋଇଥିଲେ ଏକାଧିକ। ଏପରିକି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.