ପୁରୀରେ ଗୋଷ୍ଠୀ ସଂଘର୍ଷ

Published By : Prameya-News7 Bureau | August 01, 2018 IST

ପୁରୀରେ ଗୋଷ୍ଠୀ ସଂଘର୍ଷ ଘଟିଛି | ଦୁଇ ସାହି,ବାଲି ନୋଳିଆ ସାହି ଓ ବାଲି ହରିଜନ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି | ଉଭୟ ପକ୍ଷରୁ ପକ୍ଷରୁ ବୋମା ମାଡ ହୋଇଛି | ଉଭୟ ଗୋଷ୍ଠୀ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହାନ୍ତି | ପାଖରେ ଥିବା ଦୋକାନ ଓ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି | ସମୁଦ୍ରକୁଳରେ ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା | ଏହାକୁ ନେଇ ଆଜି ଗଣ୍ଡଗୋଳ ହୋଇଛି | ପୁରୀ ଏସପି ଓ ୪ଟି ଥାନାର ଅଧିକାରୀ ଘଂଟଣାସ୍ଥଳରେ ଉପସ୍ଥିତ ଅଛନ୍ତି | ତେବେ ଅଘଟଣ ଆଶଙ୍କାରେ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.