ନିଶା ସେବନକୁ ବିରୋଧ କଲେ ସ୍ତ୍ରୀ, ରଣକ୍ଷେତ୍ର ପାଲଟିଲା ଗାଁ ଦାଣ୍ଡ

Published By : Prameya-News7 Bureau | June 16, 2022 IST

ବାରିପଦା ୧୬।୬: ନିଶା ସେବନକୁ ସ୍ତ୍ରୀ ବିରୋଧ କରିବାରୁ ରଣକ୍ଷେତ୍ର ପାଲଟିଲା ଗାଁ ଦାଣ୍ଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବୁଧବାର ସ୍ବାମୀ ରାକେଶ ବାରିକ ନିଶା ସେବନ କରୁଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ବିରୋଧ କରିଥିଲେ । ଫଳରେ ରାକେଶ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ଆକ୍ରମଣ କରିଥିଲେ । ଘଟଣାକୁ କେନ୍ଦ୍ରକରି ଝିଅ ବାପଘର ଲୋକେ ଗୁରୁବାର ଉତକ୍ଷୀପ୍ତ ହୋଇ ସଂଘବଦ୍ଧ ଭାବେ ସିନ୍ଦୁରଗୌରା ଅଞ୍ଚଳକୁ ଯାଇ ଝିଅ ଶାଶୁଘର ଲୋକଙ୍କୁ ଆକ୍ରମଣ କରିଥିଲେ । ସେହି ସମୟରେ ଝିଅର ଶାଶୁଘର ଲୋକେ ପାଲଟା ଆକ୍ରମଣ କରିଥିଲେ । ଗାଁର ୱାର୍ଡ ମେମ୍ବର ଆଉ ଲୋକେ ବିରୋଧ କରିବା ସହ ସମାଧାନ କରିବା ପାଇଁ  ଚେଷ୍ଟା କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ୱାର୍ଡ ମେମ୍ବରଙ୍କ ସହ ୫ ଜଣ ଆହତ ହୋଇଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ ଆଣିଥିଲା । ଏହି ଘଟଣାରେ ପୋଲିସ ୫ ଜଣକୁ ଅଟକ ରଖିଥିବା ବେଳେ ଆକ୍ରମଣର ଶିକାର ୬ ଜଣକୁ ପୋଲିସ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.