ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
2/12/2020 at 8:22 AM

କଳାହାଣ୍ଡି ୦୨।୧୨: ଜମିବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଟିଏ ବାଇକ୍ ପୋଡ଼ି ଯାଇଥିବା ବେଳେ ୪ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବଣ୍ଡାକ୍ରୁଟ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ପ୍ରଶାସନ କେନ୍ଦୁପାଟି ଗାଁର ୪ ଜଣ ଲୋକଙ୍କୁ ୨ ଏକର ଲେଖାଏଁ ଜମି ପଟ୍ଟା ପ୍ରଦାନ କରିଥିଲେ। ହେଲେ ସେହି ଜମିକୁ ସ୍ଥାନୀୟ ଲୋକେ ଜବରଦଖଲ ଦର୍ଶାଇ ଅକ୍ତିଆର କରିଥିବା ନେଇ ବିବାଦ ଲାଗିରହିଥିଲା । ଯାହାଫଳରେ ଏହି ଗୋଷ୍ଠୀ ବିବାଦ ଦେଖାଦେଇଛି। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ଗୋଟିଏ ବାଇକ ପୋଡ଼ି ଦିଆଯାଇଥିବା ବେଳେ ଗୋଟିଏ ବାଇକ ଭାଂଗି ଯାଇଛି। ସେହିପରି ୪ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଆହତଙ୍କୁ ଉଦ୍ଦାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023